24.9 C
Bhubaneswar
Tuesday, April 7, 2026
Homeଓଡିଶାଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼

ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼

ଦେବଗଡ଼ : ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମାଡ଼ ମାରିବା ସହ ଅସଦାଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ସନ୍ଧ୍ୟାରେ ପୀଡ଼ିତା ଛାତ୍ରୀଙ୍କ ପିତା ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସଂସ୍କୃତ ଶିକ୍ଷକ ଗିରିଧାରୀ ଦ୍ୱିବେଦୀଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏନେଇ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ସୂଚନା ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସଂସ୍କୃତ ଶିକ୍ଷକ ଶ୍ରୀ ଦ୍ୱିବେଦୀ ଗତ ୨୦ ତାରିଖରେ ସମ୍ପୃକ୍ତ ଛାତ୍ରୀଙ୍କୁ ଶ୍ରେଣୀ କୋଠରି ମଧ୍ୟରେ ସାଥୀ ବିଦ୍ୟାର୍ଥୀମାନଙ୍କ ସମ୍ମୁଖରେ ମାଡ଼ ମାରିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଚିମୁଟି ଅସଦାଚରଣ କରିଥିଲେ । ଏନେଇ ଛାତ୍ରୀ ଜଣକ ନିଜର ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏକଥା ପ୍ରଘଟ ହେବା ପରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପ୍ରକାଶ ପାଇଥିଲା ଓ ସେମାନେ ବିଦ୍ୟାଳୟକୁ ଆସି ସମ୍ପୃକ୍ତ ସଂସ୍କୃତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିଥିଲେ ।

ଏହାପରେ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟା/ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀଙ୍କୁ ନେଇ ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶିକ୍ଷକ ଦ୍ୱିବେଦୀ ଉପସ୍ଥିତ ରହି କ୍ଷମା ପ୍ରାର୍ଥନା କରବା ସହ କଥାକୁ ଆଗକୁ ନ ବଢ଼ାଇବା ପାଇଁ ନିବେଦନ କରିଥିଲେ । ମାତ୍ର ଶ୍ରୀ ଦ୍ୱିବେଦୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ରହିଥିବାରୁ ଥିଲେ ହେଁ ଏନେଇ ଦେବଗଡ଼ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ସୂଚନା ପ୍ରଦାନ ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking