18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶୟୁକ୍ରେନ୍ ପକ୍ଷରୁ ପୁତିନ୍‌ଙ୍କୁ ଶକ୍ତ ଝଟ୍‌କା!

ୟୁକ୍ରେନ୍ ପକ୍ଷରୁ ପୁତିନ୍‌ଙ୍କୁ ଶକ୍ତ ଝଟ୍‌କା!

ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ ଲଢ଼ୁଥିବା ରୁଷ୍‌କୁ ଏକ ଶକ୍ତ ଧକ୍କା ଲାଗିଛି। ରିପୋର୍ଟ ଅନୁସାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍ ସର୍ଭାରୋଭ ମସ୍କୋରେ ଏକ ସନ୍ଦିଗ୍ଧ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ କେଉଁ ଦେଶ କିମ୍ବା କେଉଁ ସଂଗଠନର ସମ୍ପୃକ୍ତି ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲେ ମଧ୍ୟ ଏହାପଛରେ ୟୁକ୍ରେନ୍‌ୀୟ ଗୁଇନ୍ଦା ବିଭାଗର ହାତ ଥିବା ଅନୁମାନ କରାଯାଉଛି। ତେବେ ୟୁକ୍ରେନୀୟ ସରକାର ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ପ୍ରକାଶ, ଲେଫ୍ଟନାଣ୍ଟ ଜେନେରାଲ ସର୍ଭାରୋଭ ରୁଷିଆ ସଶସ୍ତ୍ର ବାହିନୀରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେ ଅପରେସନାଲ୍ ଟ୍ରେନିଂ ବିଭାଗର ନେତୃତ୍ୱ ନେଇଥିଲେ, ଯାହାକି ସାମରିକ ବାହିନୀର କୌଶଳଗତ ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ଦାୟୀ। ଏହି ବିଭାଗକୁ ରୁଷ୍‌ର ଯୁଦ୍ଧ କ୍ଷମତା ଏବଂ ପ୍ରତିରକ୍ଷା ନୀତି ସହିତ ସିଧାସଳଖ ଜଡିତ ବୋଲି ବିବେଚନା କରାଯାଏ। ପ୍ରାରମ୍ଭିକ ତଦନ୍ତରୁ ବିସ୍ଫୋରଣ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ତାଙ୍କ କାରରେ ଥିବା ଏବଂ ଏହି କାରଣରୁ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି। ରୁଷିଆନ୍ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଘଟଣାକୁ ଏକ ସନ୍ଦିଗ୍ଧ କାର ବୋମା ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking