ଭୁବନେଶ୍ୱର: ଗାଡି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବ ପ୍ରସଙ୍ଗରେ ପରିବହନ ବିଭାଗର ଏପରି ପ୍ରସ୍ତାବକୁ ବସ ଓ ଟ୍ରକ ମାଲିକ ବିରୋଧ କରିଛନ୍ତି । ପ୍ରେସମିଟରେ ଟ୍ରକ ଓ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି । ଘରୋଇ ବସ ମାଲିକ ସଂଘ ଓ ଟ୍ରକ ମାଲିକ ଫେଡେରେସନ ବିରୋଧ କରିଛନ୍ତି । ଏହା ଦ୍ୱାରା ଗାଡି ଚାଳକ ଅସୁବିଧାରେ ପଡିବେ । ପୋଲିସ ଜୁଲମ ବଢିବ । ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ମିଳିତ ଅଭିଯୋଗ ହୋଇଛି । ଏବେ ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି । ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ । ଗାଡି ଯାଞ୍ଚ କରିବା ପୋଲିସର କାମ ନୁହେଁ । ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ତାହାହେଲେ ଆନ୍ଦୋଳନ କରିବୁ ।