26.1 C
Bhubaneswar
Thursday, September 19, 2024
Homeଓଡିଶାସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମହିଳାମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି | ଏହି ଯୋଜନା ପାଇଁ ଓଡ଼ିଶାର ଘରେ ଘରେ ଉତ୍ସାହ ଦେଖିବାକୁ ମିଳିଛି | ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳୁଥିବା ତଥ୍ୟ ଅନୁଯାୟୀ ସମଗ୍ର ଓଡ଼ିଶାରେ ଆଜି(୧୦/୦୯/୨୦୨୪) ସୁଦ୍ଧା ପନ୍ଦର ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି | ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ | କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଓ ଅନଲାଇନରେ ଫର୍ମ ଅପଲୋଡ କରିବା ପାଇଁ ୫୦ ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି | ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସୂଚନାଯୋଗ୍ୟ, ଆବେଦନ ଫର୍ମ ବଣ୍ଟନରେ ଅବହେଳା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ୱାରା ଜଣେ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏକ ମାସର ଦରମା ବନ୍ଦ କରା ଯାଇଛି । ସେହିଭଳି ଫର୍ମ ପଞ୍ଜିକରଣ ପାଇଁ ଅର୍ଥ ଦାବି କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶସ୍ଥିତ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ଜନସେବା କେନ୍ଦ୍ରକୁ ସାମୟିକ ବନ୍ଦ କରି ଦିଆଯାଇଛି । ଏତଦଭିନ୍ନ ହେଲ୍ପଲାଇନ ନମ୍ବରକୁ ଆସିଥିବା ଏକ କଲ୍ କୁ ଆଧାର କରି କଟକ ଜିଲ୍ଲା ଆଠଗଡ଼ରେ ଏକ ମୋ ସେବା କେନ୍ଦ୍ରରେ ଫର୍ମ ବିକ୍ରି ଓ ପୂରଣ ବାବଦରେ ୧୦୦ ଟଙ୍କା ଅର୍ଥ ଦାବି ଅଭିଯୋଗ ବିରୋଧରେ କଟକ ମହାନଗର ନିଗମ ପକ୍ଷରୁ ଏତଲା ଦାଖଲ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସୁଭଦ୍ରା ଫର୍ମର ସମସ୍ତ ପ୍ରକ୍ରିୟା, ସ୍କାନିଂ ଓ ଅପଲୋଡ କରିବା ନିମନ୍ତେ ଜିଏସଟି ସହ ପ୍ରତି ଫର୍ମ ପାଇଁ ୧୫ ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଉଦ୍ଦିଷ୍ଟ କେନ୍ଦ୍ରକୁ ପ୍ରଦାନ କରାଯାଉଛି | ତେଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭାଗ ପକ୍ଷରୁ ଜଣାଇ ଦିଅଯାଉଛି କି ଯେକୌଣସି କେନ୍ଦ୍ରରେ କେହି କର୍ମଚାରୀ କୌଣସି କାରଣ ଦର୍ଶାଇ ଅର୍ଥ ଦାବି କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ | ଉକ୍ତ କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking