36.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ କଡା ଆକ୍ସନ

ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ କଡା ଆକ୍ସନ

ନୂଆଦିଲ୍ଲୀ: ପହଲଗାମ୍ ହମଲାର ବଦଲା ନେବାକୁ ଭାରତବାସୀ ଚାହିଁ ରହିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ କଡା ଆକ୍ସନ ନିଆଯାଇଛି । ଏପଟେ ଭାରତୀୟ ଯବାନ ମାନେ ସଜାଗ ରହି ଆତଙ୍କବାଦୀଙ୍କ ବାସସ୍ଥାନକୁ ଗଳିକନ୍ଦି ରେ ପଶି ଧ୍ବଂସ କରି ଚାଲିଛନ୍ତି । ପହଲଗାମ୍ ହମଲା ପରେ ଭାରତ ପାକିସ୍ତାନର ନିଦ ହଜାଇଦେଇଛି । ବର୍ତମାନ ପାକିସ୍ତାନ ମାଟି କାମୁଡିବା ଭଳି ସ୍ଥିତି ଉପୁଜିଛି । ଦେଶରେ ଗୋଟିଏ ବି ପାକିସ୍ତାନୀ କେମିତି ନ ରହିବେ ସେ ନେଇ ଆକ୍ସନ ନେଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ରାଜ୍ୟରେ ଥିବା ପାକିସ୍ତାନୀଙ୍କୁ ଦେଶ ଛାଡିବା ଫାଇଁ ସମୟ ସୀମା ଧାଯ୍ୟ କରାଯାଇଥିବାରୁ ଏହା କଡାକଡି ପାଳନ କରିବାକୁ ଶାହ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ଉତ୍ତେଜନା ବଢ଼ୁଥିବା ବେଳେ ଭାରତ ଗୁରୁବାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଛି । ସୁରକ୍ଷା ରଣନୀତି ଓ କୂଟନୈତିକ ପଦେକ୍ଷପ ଦୃଷ୍ଟିରୁ ପାକିସ୍ତାନୀକୁ ଦେଶାନ୍ତର ପ୍ରକ୍ରିୟାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସାର୍କ ଭିସା ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଆସିବାକୁ ଅନୁମତି ଦିଆଯିବ ନାହିଁ । ଭାରତରେ ରହିଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି ବୋଲି ସରକାର ବୁଧବାର ଘୋଷଣା କରିଥିବା ବେଳେ ଏହି ସମୟସୀମା ଶୁକ୍ରବାର ଶେଷ ହୋଇଛି ।ଅନ୍ୟପଟେ ପହଲଗାମ୍ ଆତଙ୍କୀ ହମଲା ପରେ ତ୍ରାହି ପାଉନାହାନ୍ତି ଆତଙ୍କବାଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking