28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଅଜବ ନିୟମ: ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର

ଅଜବ ନିୟମ: ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର

ଉତ୍ତର କୋରିଆ: ଉତ୍ତର କୋରିଆ ବିଷୟରେ ସାରା ବିଶ୍ୱରେ ଅନେକ କଥା କୁହାଯାଏ । ସେଠାକାର କଠୋର ସରକାର, କଠୋର ନିୟମ ଏବଂ ସାଧାରଣ ଲୋକଙ୍କ ସ୍ବାଧୀନତା ଉପରେ କଟକଣା କାହାଠାରୁ ଲୁଚି ନାହିଁ । ଆପଣ ଶୁଣିଥିବେ ଯେ ସେଠାକାର ନାଗରିକମାନଙ୍କୁ କେଶ କାଟିବା ଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା ପର୍ଯ୍ୟନ୍ତ ସବୁକିଛି ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ । କିନ୍ତୁ ଆପଣ କ’ଣ ଜାଣନ୍ତି କି ଉତ୍ତର କୋରିଆରେ ଘରେ ଟିଭି ରଖିବା କିମ୍ବା ଦେଖିବା ବି ନିଷେଧ ଯଦି ଜଣେ ନାଗରିକ ଟିଭି କିଣନ୍ତି, ତେବେ ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯାଇପାରେ । ଉତ୍ତର କୋରିଆରୁ ପଳାଇ ଆସିଥିବା ଟିମୋଥି ଚୋ ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ ଦେଶ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଜିନିଷ ସେଠାକାର ନାଗରିକମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ନୁହେଁ ।

ଯଦି ଜଣେ ବ୍ୟକ୍ତି ଟିଭି କିଣନ୍ତି, ତେବେ ସରକାରୀ ଅଧିକାରୀ ଘରକୁ ଆସି ଯାଞ୍ଚ କରନ୍ତି ଯେ ନାଗରିକ କେବଳ ସରକାରୀ କାର୍ଯ୍ୟକ୍ରମ ଦେଖନ୍ତି କି ନାହିଁ । ଏଥିପାଇଁ କେବଳ ସରକାରଙ୍କ ଚ୍ୟାନେଲକୁ ବାଦ୍ ଦେଇ ସବୁ ଚ୍ୟାନେଲକୁ କାଟି ଦିଆଯାଏ । ଯାହା ମାଧ୍ୟମରେ କେବଳ କିମ ଜଙ୍ଗ ଉନଙ୍କ ପ୍ରଚାର ସରକାରୀ ଚ୍ୟାନେଲରେ ଦେଖାଯାଇପାରିବ। ଯଦି କେହି ଅନ୍ୟ କୌଣସି ଚ୍ୟାନେଲ ଦେଖିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ । ଟିମୋଥି ଆହୁରି କହିଛନ୍ତି, ଉତ୍ତର କୋରିଆରେ ଲୋକମାନଙ୍କୁ ନିଜ ଇଚ୍ଛା ଅନୁସାରେ କେଶ କାଟିବାକୁ ମଧ୍ୟ ଅନୁମତି ନାହିଁ। ସ୍କୁଲ ଯାଉଥିବା ପିଲାମାନଙ୍କୁ କେବଳ ତିନି ପ୍ରକାରର ହେୟାର ଷ୍ଟାଇଲ ମଧ୍ୟରୁ ଗୋଟିଏ ବାଛିବାକୁ ଅନୁମତି ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଷ୍ଟାଇଲରୁ ଯଦି ଭିନ୍ନ ଷ୍ଟାଇଲରେ ତାଙ୍କ କେଶ କାଟନ୍ତି, ତେବେ ତାଙ୍କ ମା’ବାପାଙ୍କୁ ପୋଲିସ ଷ୍ଟେଶନକୁ ଡକାଯାଇ ବୟାନ ରେକର୍ଡ କରିବାକୁ କୁହାଯାଏ। ଅନେକ ସମୟରେ କଠୋର ଦଣ୍ଡ ମଧ୍ୟ ଦିଆଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking