ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ । ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ଭାରତ ମହାସାଗରରେ ସୃଷ୍ଟି ହୋଇଛି ଅବପାତ । ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହା କେନ୍ଦ୍ରୀଭୁତ ହୋଇଛି । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଏହି ସିଷ୍ଟମ ଉତ୍ତର ତାମିଲନାଡୁ , ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ କେତେ ପଡିବ ସେ ନେଇ କୌଣସି ଆକଳନ କରାଯାଇନାହିଁ ।










