31.1 C
Bhubaneswar
Wednesday, March 25, 2026
Homeଓଡିଶାବାତ୍ୟା ଆଶଙ୍କା; ଆଳୁ ଦର ୫୦ଟଙ୍କା

ବାତ୍ୟା ଆଶଙ୍କା; ଆଳୁ ଦର ୫୦ଟଙ୍କା

ନୟାହାଟ: ବାତ୍ୟା ଆଶଙ୍କା ଥିବାରୁ ନୟାହାଟ ଅଞ୍ଚଳରେ କିଛି ଅସାଧୁ ବ୍ୟବସାୟୀ ମୁନାଫା ଉଠାଇବା ପାଇଁ ଆଳୁ କିଗ୍ରା ପ୍ରତି ୫୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଗତକାଲି ସାପ୍ତାହିକ ହାଟରେ ୩୦ଟଙ୍କାରେ ଆଳୁ ବିକ୍ରି ହୋଇଥିବା ବେଳେ ଆଜି ଗୋଦାମ ମାଲିକମାନେ ଆଳୁ ପ୍ୟାକେଟ ପିଛା ୨୦୦ଟଙ୍କା ବଢ଼ାଇଥିବା ବେଳେ ଖୁଚୁରା ଦୋକାନୀମାନେ କିଲୋ ପିଛା ୨୦ଟଙ୍କା ବଢ଼ାଇଥିବା ଜଣାଯାଇଛି। କେତେକ ସ୍ଥାନରେ ଆଳୁ ମିଳୁନଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ କୌଣସି ଜିନିଷର ମୂଲ୍ୟ ବୃଦ୍ଧି ନ କରିବା ପାଇଁ ତାଗିଦ୍ କରାଯାଇଥିଲେ ମଧ୍ୟ କିଛି ବ୍ୟବସାୟୀ ମନଇଚ୍ଛା ଆଳୁ ରେଟ୍ ବଢ଼ାଇ ଥିବାରୁ ଖାଉଟି ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ଗୋପ ବ୍ଲକ ଯୋଗାଣ ବିଭାଗ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking