32.1 C
Bhubaneswar
Monday, October 21, 2024
Homeଓଡିଶାବାତ୍ୟା: ସିଏମସି ଅଧିକାରୀ କଟକ ଛାଡ଼ିବା ମନା

ବାତ୍ୟା: ସିଏମସି ଅଧିକାରୀ କଟକ ଛାଡ଼ିବା ମନା

କଟକ: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଦେଇଛନ୍ତି । ଏହି କ୍ରମରେ ସିଏମସିର କୌଣସି ଅଧିକାରୀ କଟକ ଛାଡ଼ିପାରିବେ ବୋଲି ମେୟର ସୁବାସ ସିଂ କହିଛନ୍ତି । ସିଏମସିର ଜରୁରୀ ବୈଠକ ପରେ ମେୟର ଏହା କହିଛନ୍ତି । ସେ କହିଛନ୍ତି ଯେ ସିଏମସିର କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ିପାରିବେନି । ୭୯ଟି ବସ୍ତିରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ । ତଳିଆ ଅଞ୍ଚଳର ପାଇଁ ପମ୍ପସେଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତେବେ କର୍ତ୍ତବ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking