କୋରାପୁଟ: ରେଲୱେ ଟ୍ରାକ୍ରେ ପଥର ଧସିବା ନେଇ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସିଛି । ଏହା ଫଳରେ ପ୍ୟାସେଞ୍ଜର ଟ୍ରେନ୍ ବାତିଲ୍ ହୋଇଛି । କୋଟବାଲସା – କିରଣ୍ଡୁଲ ରେଲୱେ ଲାଇନ୍ରେ ଧସିଲା ପଥର ଖଣ୍ଡ । ଆନ୍ଧ୍ର ପ୍ରଦେଶର ଟ୍ୟାଡା – ଚିପ୍ରୁପାଲି ଧାରଣାରେ ବଡ ବଡ ପଥର ଖସି ଏହି ବଡ ଅଘଟଣ ଘଟିଛି । ଏହା ଯୋଗୁଁ କିରଣ୍ଡୁଲ – ବିଶାଖାପାଟଣା ପ୍ୟାସଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।










