ନୂଆଦିଲ୍ଲୀ :ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ପରେ ସେୟାର ବଜାରରେ ଉତ୍ସାହ । ସେନସେକ୍ସ ୬୫୦ ଅଙ୍କ ବୃଦ୍ଧି ସହ ୭୩,୩୦୦ ଉପରେ ରହୁଛି । ନିଫ୍ଟିରେ ମଧ୍ୟ ବଡ଼ ସୁଧାର ଦେଖିବାକୁ ମିଳୁଛି । ଭାରତୀୟ ସେୟାର ବଜାରରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁଁ ବିଏସଇ BSE ସେନସେକ୍ସ ପ୍ରାୟ ୬୫୦ ଅଙ୍କ ବୃଦ୍ଧି ପାଇ ୭୩,୩୦୦ ସ୍ତରକୁ ଅତିକ୍ରମ କରିଛି । ସେହିପରି ଏନଏସଇ NSE ନିଫ୍ଟି ମଧ୍ୟ ପ୍ରାୟ ୨୦୦ ଅଙ୍କ ଲାଭ ସହିତ କାରବାର କରୁଥିବା ଦେଖିବାକୁ ମିଳୁଛି । ଆଜିର କାରବାରରେ ସବୁଠାରୁ ଅଧିକ କ୍ରୟ ବ୍ୟାଙ୍କିଙ୍ଗ ଏବଂ ଅଟୋମୋବାଇଲ୍ ସେକ୍ଟରର ସେୟାରଗୁଡ଼ିକରେ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱ ବଜାରରୁ ମିଳୁଥିବା ସକରାତ୍ମକ ସଙ୍କେତ ଏବଂ ଘରୋଇ ସଂସ୍ଥାଗତ ନିବେଶକଙ୍କ ସକ୍ରିୟତା କାରଣରୁ ଭାରତୀୟ ବଜାରରେ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଛି ।










