32.9 C
Bhubaneswar
Monday, April 13, 2026
Homeଓଡିଶାଆତଙ୍କୀ ଲିଙ୍କ୍‌ରେ ଗିରଫ ଇମ୍ରାନର ସାଙ୍ଗକୁ ଏସଟିଏଫର ଜେରା

ଆତଙ୍କୀ ଲିଙ୍କ୍‌ରେ ଗିରଫ ଇମ୍ରାନର ସାଙ୍ଗକୁ ଏସଟିଏଫର ଜେରା

ଭୁବନେଶ୍ବର: ଭୁବନେଶ୍ବରରୁ ଆତଙ୍କୀ ଲିଙ୍କ୍‌ରେ ଗିରଫ ହୋଇଥିବା ଶେଖ୍ ଇମ୍ରାନର ସାଙ୍ଗକୁ STFର ଜେରା । ସୋସିଆଲ ମିଡିଆ ଆକାଉଣ୍ଟ ଫ୍ରିଜ୍ କଲା STF । ଇମ୍ରାନ ସହ ଦିଲ୍ଲୀ ଯାଇଥିବା କଥା ମାନିଲା ସାଙ୍ଗ । ଇମ୍ରାନର ସାଙ୍ଗକୁ ଓଡ଼ିଶା STFର ମାରାଥନ ଜେରା । ସନ୍ଦିଗ୍ଧ ଯୁବକ ରହୁଥିବା ଭୁବନେଶ୍ୱର ଘରକୁ ଯିବା ସହ, ଯୁବକର ସୋସିଆଲ ମିଡିଆ ଆକାଉଣ୍ଟକୁ ଫ୍ରିଜ୍ କରିଛି STF ।

ତେବେ ଇମ୍ରାନ ସହ ଦିଲ୍ଲୀ ଯାଇଥିବା କଥା ସ୍ୱୀକାର କରିଛି ସନ୍ଦିଗ୍ଧ । ଟ୍ରେନ୍ ଯୋଗେ ଯାଇ ବସ୍‌ରେ ଫେରିଥିବା କଥା ମଧ୍ୟ ସ୍ୱୀକାର କରିଛି ଉକ୍ତ ଯୁବକ । କେବଳ ସେତିକି ନୁହେଁ, ସେ ଦୁଇ ଦୁଇଟି ଗ୍ରୁପ୍‌ର ଆଡମିନ୍ ହେବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଉସକାଇବା ଭଳି ମନ୍ତବ୍ୟ ବାବଦରେ ପୋଲ୍ କରିଛନ୍ତି ଇମ୍ରାନର ସାଙ୍ଗ । ସେପଟେ ଶେଖ୍‌ ଇମ୍ରାନର ଘରେ କ୍ରାଇମବ୍ରାଞ୍ଚ STF ଟିମ୍‌ ଖୋଳତାଡ଼ କରିଛି । ଅତିରିକ୍ତ SPଙ୍କ ନେତୃତ୍ୱରେ ଇମ୍ରାନର ଘରେ ଯାଞ୍ଚ ଚାଲିଛି । ଇମ୍ରାନ ସହ ସମ୍ପର୍କରେ ଥିବା ଏକାଧିକ ଯୁବକକୁ ମଧ୍ୟ ପଚରାଉଚରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking