27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୀମା ଟପିଲା ସାବତ ମା’ର ବର୍ବରତା; ପୁଅଙ୍କ ଗୁପ୍ତାଙ୍ଗରେ ଦେଉଥିଲା ଗରମ ଛୁରୀରେ ଚେଙ୍କ

ସୀମା ଟପିଲା ସାବତ ମା’ର ବର୍ବରତା; ପୁଅଙ୍କ ଗୁପ୍ତାଙ୍ଗରେ ଦେଉଥିଲା ଗରମ ଛୁରୀରେ ଚେଙ୍କ

ନୂଆଦିଲ୍ଲୀ: ସୀମା ଟପିଲା ସାବତ ମା’ର ବର୍ବରତା । ନିଜର ଦୁଇ ନାବାଳକ ପୁଅଙ୍କୁ ସାବତ ମା’ ଦେଇଛି ଭୟଙ୍କର ନିର୍ଯାତନା । ଶାରିରୀକ ନିର୍ଯାତନା ସହ ଦୁଇ ସାବତ ପୁଅଙ୍କ ଗୁପ୍ତାଙ୍ଗରେ ଦେଉଥିଲା ଗରମ ଛୁରୀରେ ଚେଙ୍କ । ମହାରାଷ୍ଟ୍ରର ବସାଇ ଠାରେ ଥିବା ଘର ଭିତରେ ସାବତ ମା’ ଏପରି କାଣ୍ଡ ଘଟାଇ ଚାଲିଥିଲା । ଗୁରୁବାର ଏନେଇ ଦୁଇ ପିଲାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ ସାବତ ମା’କୁ ଗିରଫ କରିଛି । ନିର୍ଯାତନାର ଶିକାର ହୋଇ ଥିବା ଦୁଇ ପିଲାଙ୍କ ବୟସ ୭ ଓ ୮ ବର୍ଷ । ଏମାନଙ୍କ ବାପା ମା’ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଛି । ତେଣୁ ସେମାନେ ମା’ ବଦଳରେ ବାପାଙ୍କ ପାଖରେ ରହୁଥିଲେ । ଗତବର୍ଷ ଏମାନଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀ ବ୍ୟକ୍ତିଙ୍କ ସମ୍ପର୍କରେ ସବୁ କିଛି ଜାଣିଥିଲା । ପ୍ରଥମ ବାହାଘର ଠାରୁ ଆରମ୍ଭ କରି ଦୁଇ ପିଲାଙ୍କ ସମ୍ପର୍କରେ ଜାଣି ମଧ୍ୟ ସେ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲା । ବାହାଘର ପର ଠାରୁ ସାବତ ମା’ ଦୁଇ ପିଲାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା ।

କିନ୍ତୁ ଜୁନ ମାସରୁ ନିର୍ଯାତନା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଥିଲା । ଦୁଇ ପିଲାଙ୍କ ବାପା କୋରିୟର ବ୍ୟବସାୟ କରନ୍ତି । ସେ ବିଭିନ୍ନ କାମରେ ନିୟମିତ ବାହାରକୁ ଯାଆନ୍ତି । ବାପା ଭାବୁଥିଲେ ଯେ ତାଙ୍କ ଦୁଇ ପୁଅଙ୍କ କଥା ସାବତ ମା’ ବୁଝନ୍ତି । ହେଲେ ମା’ ଜଣଙ୍କ ବାପାଙ୍କ ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲା । କିଛି ଦିନ ତଳେ ବାପା ଜଣଙ୍କ ଘରେ ରହିବା ସହ ଦୁଇ ପିଲାଙ୍କ ସହ ସମୟ ବିତାଇଥିଲେ । ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ଦୁଇ ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ସେମାନଙ୍କ ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । ସେ ଏହାର କାରଣ ଜାଣିବାକୁ ଚେଷ୍ଟା କରିବାରୁ ଦୁଇ ଭାଇ ଶାରିରୀକ ନିର୍ଯାତନା କଥା କହିଥିଲେ । ଦୁଇ ପିଲାଙ୍କ କହିବା କଥା ଯେ ମହିଳା ଜଣକ ବାହା ହୋଇ ଆସିବା ଦିନ ଠାରୁ ସେମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଜୁନ ମାସରୁ ଏହା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଥିଲା । ସାବତ ମା’ ସେମାନଙ୍କୁ ଘର କାମ କରିବାକୁ ବାଧ୍ୟ କରୁଥିଲା । ଘର କାମ ଠିକ ସମୟରେ ନ ସରିଲେ ସେ ଦୁଇ ପିଲାଙ୍କୁ ଉଲଗ୍ନ କରି ସେମାନଙ୍କ ଗୁପ୍ତାଙ୍ଗରେ ଗରମ ଛୁରୀ ଦ୍ୱାରା ଚେଙ୍କ ଦେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking