ଭୁବନେଶ୍ୱର: ଭୁବନେଶ୍ୱରରେ ଆମ ବସ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। ଠିକ ସମୟରେ ଦରମା ନମିଳିବା ପ୍ରସଙ୍ଗରେ ଷ୍ଟିଅରିଂ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡିଛନ୍ତି । ଠିକ ସମୟରେ ଦରମା ନମିଳିବାରୁ ଘର ଚଳାଇବା ପାଇଁ ଅସୁବିଧା ହେଉଛି ବୋଲି କହିଛନ୍ତି ସେମାନେ । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି । ପ୍ରତି ମାସରେ ବିଳମ୍ବରେ ଦରମା ମିଳୁଥିବାନେଇ ଅଭିଯୋଗ କରିଛନ୍ତି । ତିନିଦିନ ହେବ ଚକ୍ରା ଟ୍ରାନ୍ସପୋର୍ଟ ପକ୍ଷରୁ କୌଣସି ଅଧିକାରୀ କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଡ୍ରାଇଭର ।










