17.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ

ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଖାରବେଳ ଭବନସ୍ଥ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ୧୧ତମ ବୈଠକ ବିଭାଗୀୟ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଓଡ଼ିଶା  ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି I ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଉପୁଜିଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ସମୟୋପଯୋଗୀ ପଦକ୍ଷେପ ନେବାପାଇଁ ବନ୍ୟଜନ୍ତୁ ସଂଶୋଧନ ଅନିୟମ (ସୁରକ୍ଷା), 2022 ର ଧାରା 6 (A) ଅନୁଯାୟୀ ଏହି କମିଟି ଗଠିତ ହୋଇଅଛି।

କମିଟି ସମ୍ମୁଖରେ ମୋଟ ପାଞ୍ଚଟି ପ୍ରକଳ୍ପ ଉପସ୍ଥାପିତ କରା ଯାଇଥିଲା ଏବଂ ତନ୍ମଧ୍ୟରୁ ଚାରିଟି ପ୍ରସ୍ତାବ ଭାରତ ସରକାରଙ୍କ 4G ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟର ଟେଲି ଯୋଗାଯୋଗ ନେଟୱାର୍କ୍ ନଥିବା ଗ୍ରାମଗୁଡିକରେ ମୋବାଇଲ୍ ଟାୱାର୍ ସ୍ଥାପନ ସମ୍ୱନ୍ଧୀୟ ଥିଲା I ଉକ୍ତ ପ୍ରସ୍ତାବଗୁଡିକର ଉଦ୍ଦେଶ୍ୟ ଗ୍ରାମୀଣ ଅଞ୍ଚଳମାନଙ୍କୁ ନିରବଚ୍ଛିନ୍ନ ଟେଲି ସଂଯୋଗ ଯୋଗାଇଦେଇ ସେଠାକାର ନିବାସୀମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦି ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନେ ବିଭିନ୍ନ ସରକାରୀ ସେବା ଓ ଆପତ୍କାଳୀନ ସହାୟତା ସୁବିଧାରୁ ଲାଭାନ୍ବିତ ହେବାର ଅବସର ପାଇବେ।

ଏଥିସହିତ, ଭାରତମାଳା ପରିଯୋଜନା ଅଧୀନରେ ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁରରୁ କଟକ ଜିଲ୍ଲାର ଟାଙ୍ଗି ପର୍ଯ୍ୟନ୍ତ ଏକ ସଡ଼କ ନିର୍ମାଣ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ ସଡ଼କ ସଂଯୋଗ ପ୍ରକଳ୍ପ କମିଟି ସମ୍ମୁଖରେ ପ୍ରସ୍ତାବିତ କରା ଯାଇଥିଲା I ଉକ୍ତ ପ୍ରକଳ୍ପଟି କଟକ ଏବଂ ଭୁବନେଶ୍ବର ମଧ୍ୟରେ ଅତିକ୍ରମ କରୁଥିବା ଜାତୀୟ ରାଜପଥ ନମ୍ବର ୧୬ (NH-16) ରେ ସଡ଼କ ଯାତାୟାତର ଭିଡକୁ କମାଇବା ଏବଂ ଲୋକମାନଙ୍କୁ ଉନ୍ନ‌ତ ଯାତାୟତ ସୁବିଧା ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ। ବିସ୍ତୃତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ କମିଟି ନିମ୍ନଲିଖିତ ୫ ଗୋଟି ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ପରିଷଦର ଅଧ୍ୟକ୍ଷଙ୍କ ଦ୍ବାରା ଅନୁମୋଦନ କରାଯାଇ କେନ୍ଦ୍ରୀୟ ବନ୍ୟପ୍ରାଣୀ ପରିଷଦ, କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପ୍ରେରଣ କରାଯିବ ।

ଏହି ପ୍ରସ୍ତାବ ଗୁଡ଼ିକ ମଧ୍ୟରେ  Reliance Jio ଦ୍ବାରା ଗଜପତି ଜିଲ୍ଲାରେ ଅବସ୍ଥିତ ବେଲଗାମ ଗ୍ରାମ ରେ ଏକ ନୂତନ ମୋବାଇଲ ଟାୱାର ର ସ୍ଥାପନା। ବି.ଏସ.ଏନ.ଏଲ. ଦ୍ବାରା ନୟାଗଡ ଜିଲ୍ଲାର ଗଣିଆ ତହସିଲରେ ଅବସ୍ଥିତ ବୁରିଆପାଜୁ ଗ୍ରାମରେ ଏକ ନୂତନ ମୋବାଇଲ ଟାୱାରର ସ୍ଥାପନା।  ନୟାଗଡ ଜିଲ୍ଲାର ଗଣିଆ ତହସିଲରେ ଅବସ୍ଥିତ ଜାନକଝଳି ଗ୍ରାମରେ ଏକ ନୂତନ ମୋବାଇଲ ଟାୱାର ର ସ୍ଥାପନା ଏବଂ  ନୟାଗଡ ଜିଲ୍ଲାର ଗଣିଆ ତହସିଲରେ ଅବସ୍ଥିତ ରେକାଡି ଗ୍ରାମରେ ଏକ ନୂତନ ମୋବାଇଲ ଟାୱାର ର ସ୍ଥାପନା । ସେହିପରି ଭାରତ ସରକାରଙ୍କ ଭାରତମାଳା ପରିଯୋଜନା ଅନୁଯାୟୀ ଗୋବିନ୍ଦପୁରରୁ ଟାଙ୍ଗୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ନିର୍ମାଣ ଅନ୍ତର୍ଭୁକ୍ତ।ବୈଠକରେ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରଚେଷ୍ଟା, ମାନବ–ପ୍ରାଣୀ ସଂଘର୍ଷ କମାଇବା ଓ ବାସସ୍ଥାନ ଉନ୍ନତି ସହ ଆଭ୍ୟନ୍ତରିଣ ସମସ୍ୟାଗୁଡିକର ସମୟୋପଯୋଗୀ ସମାଧାନ ପାଇଁ  ଆଲୋଚନା ହୋଇଥିଲା।ଏହି ବୈଠକରେ ଭଟିଲି ବିଧାୟକ ଦେବାଶିଷ ଆଚାର୍ଯ୍ୟ,ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ, ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵବାଧାରକ ପ୍ରେମ କୁମାର ଝା, ପୋଲିସ ମହାନିର୍ଦ୍ଦେଶକ କ୍ରାଇମ ବ୍ରାଞ୍ଚ ଶ୍ରୀ ସାର୍ଥକ ଷଡ଼ଙ୍ଗୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ ପ୍ରଧାନ, ପୂର୍ବତନ ପ୍ରଧାନ ବନ ସଂରକ୍ଷକ (ପ୍ରୋଜେକ୍ଟ),ଡ଼ଃ ଅଜିତ କୁମାର ପଟ୍ଟନାୟକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ, ଡ଼ଃ ନିରଞ୍ଜନ ସାହୁ, ଭାରତୀୟ ବନ୍ୟଜୀବ ସଂସ୍ଥାନ ପ୍ରତିନିଧି, ଡ଼ଃ ବିବାଶ ପାଣ୍ଡବ, ଅନୁସୂଚିତ ଜାତି ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ମାଝି, ପୂର୍ବତନ ବନ୍ୟପ୍ରାଣୀ ୱାର୍ଡେନ ଶ୍ରୀ ଆଦିତ୍ୟ ଚନ୍ଦ୍ର ପଣ୍ଡା, ବନଖଣ୍ଡ ଅଧିକାରୀ, ରିଲାଏନ୍ସ ଜିଓ ଏବଂ ବିଏସଏନଏଲର ଅଧିକାରୀ, ଜାତୀୟ ରାଜପଥ ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking