19.1 C
Bhubaneswar
Wednesday, February 11, 2026
Homeଓଡିଶାନଗଡା ଗସ୍ତରେ ରାଜ୍ୟ ଦକ୍ଷତା ବିକାଶ ନିର୍ଦ୍ଦେଶକ

ନଗଡା ଗସ୍ତରେ ରାଜ୍ୟ ଦକ୍ଷତା ବିକାଶ ନିର୍ଦ୍ଦେଶକ

ଯାଜପୁର : ବହୂ ଚର୍ଚ୍ଚିତ ନଗଡା ଗସ୍ତରେ  ଆସି ରାଜ୍ୟ ଦକ୍ଷତା ନିର୍ଦ୍ଦେଶକ l ନଗଡାର ଚିତ୍ରକୁ ଅନୁଧ୍ୟାନ କରିଛନ୍ତି କେତେ ବିକାସ ହୋଇଚି ଅପୃଷ୍ଟି ଶିଶୁ ହlର କେତେହlର୍ଷ ପାଇଛି ତାହା ପରଖି ଛନ୍ତି l ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ବସବାସ କରୁଥିବା ୧୩୦ ରୁ ଅଧିକ ଜୁଆଙ୍ଗ ଜନଜାତି ପରିବାରକୁ ସ୍ବାବଲମ୍ବୀ କରାଯିବ। ଏଥିପାଇଁ ଶିଶୁ ବର୍ଗରୁ ଆରମ୍ଭ କରି କିଶୋର, ଯୁବକ ଓ ମଧ୍ୟମ ବୟସ୍କର ଲୋକଙ୍କ ସାମାଜିକ ସ୍ଥିତି ଓ ପାରିବାରିକ ଅବସ୍ଥାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ନିୟୋଜନ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ନିର୍ଦ୍ଦେଶକ ରଶ୍ମିତା ପଣ୍ଡା।

ଯାଜପୁର ଜିଲ୍ଲା ନୋଡାଲ ଅଫିସର ଭାବେ ଅତିରିକ୍ତ ଦାୟିତ୍ବ ଭାର ନେଇଥିବା ଏହି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଉପର, ମଝି ଓ ତଳ ନଗଡ଼ାର ଘରକୁ ଘର ବୁଲି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଉପର ନଗଡ଼ା ଓ ତଳ ନଗଡ଼ା ଅଙ୍ଗନବାଡ଼ି ଓ ଆମ କଳିକା କେନ୍ଦ୍ର(କ୍ରେଚ୍)ରେ ଶ୍ରୀମତୀ ପଣ୍ଡା ଶିଶୁମାନଙ୍କ ସହ ଖୁସି ଗପ କରି ସେମାନଙ୍କୁ ବାଦାମ ଚିକି ଓ ସ୍ପ୍ରିଙ୍ଗ୍ ରୋଲ ଖାଇବାକୁ ଦେଇଥିଲେ। ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନ ଏବଂ ଆମ କଳିକା କେନ୍ଦ୍ର ପରିଚାଳିକା ଗାଁର ୱ‌ାର୍ଡମେମ୍ବର ଲକ୍ଷ୍ମୀ ପ୍ରଧାନ ଓ ରଇବାରୀ ପ୍ରଧାନଙ୍କୁ ଶିଶୁ ଯତ୍ନ ସଂପର୍କରେ ପରାମର୍ଶ ଦେଇଥିଲେ। ନଗଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ବେଞ୍ଚ୍‌ରେ ବସି କଥା ପ୍ରସଙ୍ଗରେ ପିଲାମାନଙ୍କ ବହି ଓ ଖାତାର ପୃ‌ଷ୍ଠା ଆଡ଼େଇ ଦେଖି ସେମାନଙ୍କ ଦକ୍ଷତା ପରଖିଥିଲେ। ଘରୋଇ ପାଠପଢ଼ା, ଏସବୁର ଆଦାୟ ପଦ୍ଧତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା ସମିତି ସଭ୍ୟଙ୍କ ଦାୟିତ୍ବ ସଂପର୍କରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟୋଗିକ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ଭ୍ରମଣ ଏବଂ ବୃତ୍ତି ପରମର୍ଶ ଶିବିର ଗସ୍ତ ଓ ଧନ୍ଦାମୂଳକ ଶିକ୍ଷା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଉପର ନଗଡ଼ା ମୁଖିଆ ମଣିଆ ପ୍ରଧାନ, ତଳ ନଗଡ଼ାର ଦେଶ ପ୍ରଧାନ, ମଝି ନଗଡ଼ାର ହରି ପ୍ରଧାନ ପ୍ରମୁଖଙ୍କ ସହ ଆଲୋଚନା କରି ଗ୍ରାମବାସୀଙ୍କ ରୁଚିରେ ପାରମ୍ପରିକ ଚାଷବାସ, ଜଙ୍ଗଲି ଆଳୁଚାଷ ଓ ମହୁଚାଷ ଏବଂ ଧୂପକାଠି ଓ ଖଲିପତ୍ର ପ୍ରସ୍ତୁତି କ୍ଷେତ୍ରରେ ସେମାନଙ୍କ ଆଗ୍ରହ ପରଖିଥିଲେ। ତଳ ନଗଡ଼ାରେ ସୁନିଆରି ପ୍ରଧାନ, ବ୍ରାହ୍ମଣୀ ପ୍ରଧାନ, ଗଙ୍ଗାଦି ପ୍ରଧାନ, ଚୁକୁଲି ପ୍ରଧାନ, ଜାମୁନି ପ୍ରଧାନ ପ୍ରମୁଖ ଗାଁରେ ଆରମ୍ଭରୁ ଅଚଳ ପଡ଼ିଥିବା ଧାନପେଷା କଳକୁ ଦେଖାଇ ଏହାକୁ ସଚଳ କରାଇବା ପାଇଁ ଦକ୍ଷତା ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। କାଳିଆପାଣି ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅତିଥିଶାଳାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସେ ଜିଲ୍ଲାପାଳ ଅନ୍ବେଷା ରେଡ୍ଡିଙ୍କ ସହ ନଗଡ଼ା ଉନ୍ନୟନ ସଂପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଦକ୍ଷତା ବିକାଶ ନିର୍ଦ୍ଦେଶିକା ଶ୍ରୀମତି ପଣ୍ଡାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ବିଡିଓ ଅଭିଷେକ ସ୍ବାଇଁ, ତହସିଲଦାର ଦମୟନ୍ତୀ ସାହୁ, ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବ‌େହେରା, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତୀ, ବି‌ରହୋର ଜୁଆଙ୍ଗ ଉନ୍ନୟନ ପରିଷଦ ସ୍ବତନ୍ତ୍ର ଅଧିକାରୀ ସୁନାରାମ ସିଂହ, ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାସ, ଡିଏମ୍‌ଏଫ୍‌ ଟିମ୍‌ ଲିଡର ଡ. କୁମାର ଶୁଭାଶିଷ, ସହକାରୀ ନିବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ବିଶ୍ବାଳ, ଦାନଗଦୀ ସିଡିପିଓ ନନ୍ଦିନୀପ୍ରଭା ଲେଙ୍କା, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଇଂ କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ – ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking