34.1 C
Bhubaneswar
Monday, February 23, 2026
Homeଓଡିଶାକାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇ ଦଳୀୟ ସାଙ୍ଗଠନିକ ଏବଂ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ବିସ୍ତୃତ ଆଲୋଚନା...

କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇ ଦଳୀୟ ସାଙ୍ଗଠନିକ ଏବଂ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କଲେ ରାଜ୍ୟ ସଭାପତି

କଟକ /ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ନମୋହନ ସାମଲ ଆଜି ଦିନିକିଆ କଟକ ଗସ୍ତ କରି ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ତ୍ରିଶୁଳିଆ ଛକରେ ମାଁ ପାଇଁ ଗଛଟିଏ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସେବା ପକ୍ଷ ଅବସରରେ ତୁଳସୀପୁର ଓ କଲେଜ ଛକଠାରେ ଅନୁଷ୍ଠିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଏବଂ ରକ୍ତଦାନ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଉଦଘାଟନ କରିଥିଲେ । ଏସସିବି ମେଡିକାଲ ଗସ୍ତ କରି ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ପ୍ରେସଛକଠାରେ ଦିବ୍ୟାଙ୍ଗମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓ୍‌ôିଲ ଚେୟାର ବଂଟନ କରିଥିଲେ । ନୂଆବଜାରଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଭାବେ ପୁନଃ ଦାୟିତ୍ୱ ନେବା ପରେ ଶ୍ରୀ ସାମଲ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି କାମନା କରିଥିଲେ । ସେଠାରେ ଶ୍ରୀ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ଜିଲ୍ଲା କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇ ଦଳୀୟ ସାଙ୍ଗଠନିକ ଏବଂ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସାଂସଦ ଭର୍ତୃହରି ମହାତାବ, ନିଆଳି ବିଧାୟକ ଛବି ମଲ୍ଲିକ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସଂପାଦକି ସରୋଜ କର, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ବିନୋଦ ଦାଶ, ସ୍ମୃତି ପଟ୍ଟନାୟକ, ଲଲାଟେନ୍ଦୁ ବଡୁ, ଶ୍ରୀତମ ଦାଶ, ରଶ୍ମୀରେଖା ଦାଶ, ବୁଲୁ ଚକ୍ରବର୍ତୀ, ପଦ୍ମଜା ଦେବତା, ସିକନ୍ଦର ଅଲ୍ଲୀଙ୍କ ସମେତ ରାଜ୍ୟ, ଜିଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ବାରଙ୍ଗ, ଜୁଡିସିଆଲ ଛକ, ନୂଆପଡା, ନୂଆବଜାର, ଖପୁରିଆ, ବାଦାମବାଡି, ତୁଳସୀପୁରଠାରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବିପୁଳ ସ୍ୱାଗତ ଜଣାଇଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ କଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking