27.1 C
Bhubaneswar
Tuesday, March 31, 2026
Homeଓଡିଶା73ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ

73ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ

ଭୁବନେଶ୍ୱର : ଆଜି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ 73ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଶ୍ରୀ ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ, ଗୁଇନ୍ଦା, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।

ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦେଶକ ଶ୍ରୀ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଥିଲେ।

ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ 41 ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ 797 ଜଣ ଖେଳାଳି ସାମିଲ ହୋଇଛନ୍ତି। 665 ଜଣ ପୁରୁଷ ଓ 132 ଜଣ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ।

ଡିଆଇଜି( କେନ୍ଦ୍ରାଞ୍ଚଳ) ଶ୍ରୀ ଚରଣ ସିଂ ମୀନା ଏବଂ କଟକ ଡିସିପି ଶ୍ରୀ ଜଗମୋହନ ମୀନା, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆଇଜି( କାର୍ମିକ) ଶ୍ରୀ ଏସ. ପ୍ରବୀଣ କୁମାର, ଏଆଇଜି ( ମୁଖ୍ୟାଳୟ) ଶ୍ରୀ ସୁରେଶ କୁମାର ନାଏକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking