30.1 C
Bhubaneswar
Thursday, March 19, 2026
Homeଓଡିଶାମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ବାଙ୍ଗାଲୋରର ବେସିକ ନିଡସ ଇଣ୍ଡିଆ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଛି । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଏହି ସମ୍ମିଳନୀ ରେ ଯୋଗ ଦେଇ ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ। ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାରରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ ବୋଲି କହିଥିଲେ ।

ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ମାନସିକ ବିକାର, ଛୋଟ ପିଲାଙ୍କ ମାନସିକ ଚାପକୁ କିପରି ନିୟନ୍ତ୍ରଣ କରିହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବଲାଙ୍ଗିର, ବରଗଡ, ଅନୁଗୁଳ, ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲ୍ଲାରୁ ଆସିଥିବା ମାନସିକ ରୋଗ ଏବଂ ମାନସିକ ବିଷାଦରୁ ମୁକ୍ତ ହୋଇଥିବା ବ୍ୟକ୍ତିବିଶେଷ ଏ ବାବଦରେ ବୁଝାଇବା ସହ ସେଥିରୁ ମୁକୁଳିବା ପାଇଁ ନିଜର ଚିନ୍ତାଧାରାକୁ ସକାରାତ୍ମକ କରିବା ଏବଂ ମନଭିତରକୁ ପ୍ରବେଶ କରୁଥିବା ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ମାନସିକ ଚାପରୁ ମୂକୁଳିବାର ଉପାୟ ମାନ ପ୍ରଦାନ କରଯାଇଥିଲା । ଏହି ବୈଠକରେ ସ୍ଵତନ୍ତ୍ର ସଚିବ ଡା. ଜିତେନ୍ଦ୍ର ମୋହନ ବେବୋର୍ଥା, ଅବସରପ୍ରାପ୍ତ ଆଇ.ଏ.ଏସ ଶ୍ରୀମତୀ ବ୍ରତାତି ହରିଚନ୍ଦନ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking