25.1 C
Bhubaneswar
Monday, February 23, 2026
Homeଓଡିଶା୩୦ରୁ ଆରମ୍ଭ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

୩୦ରୁ ଆରମ୍ଭ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଆସନ୍ତା ଅଗଷ୍ଟ ୩୦ ତାରିଖ ଠାରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଏହି ନୃତ୍ୟ ମହୋତ୍ସବ ଅଗଷ୍ଟ ୩୦ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ରହିଥିବା ଉତ୍କଳ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟ ଦଳ ଅଂଶଗ୍ରହଣ କରିବେ। ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷିତ ହେବା ସହିତ “ଗୋଟିପୁଅର ଗାୟନ ବାଦନ ଓ ପରିବେଷଣ”, “ଗୋଟିପୁଅର ବିକାଶ”, “ଗୋଟିପୁଅର ମୌଳିକତା ଓ ବେଶପୋଷାକ” ଶୀର୍ଷକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ପ୍ରାଚୀନ ମଠ ଓ ମନ୍ଦିର ଗୁଡ଼ିକରେ ପୂର୍ବରୁ ପରିବେଷିତ ହୋଇଥିବା ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ସଂଗୃହିତ ହୋଇଥିବା ବିରଳ ଗୋଟିପୁଅ ନୃତ୍ୟ ପରମ୍ପରାର ଭିଡ଼ିଓ ରେକର୍ଡ଼ିଂକୁ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ପ୍ରଦର୍ଶନ କରାଯିବ। ଏହି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଅନେକ ଗୋଟିପୁଅ ନୃତ୍ୟଶିଳ୍ପୀ, ଗୁରୁ, ନୃତ୍ୟ ଗବେଷକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking