31.1 C
Bhubaneswar
Friday, February 6, 2026
Homeଓଡିଶାରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ : ଦ୍ଵିତୀୟ ଦିନରେ ଶିଶୁ ମନସ୍ତତ୍ତ୍ୱ ଭିତ୍ତିକ ନାଟକ...

ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ : ଦ୍ଵିତୀୟ ଦିନରେ ଶିଶୁ ମନସ୍ତତ୍ତ୍ୱ ଭିତ୍ତିକ ନାଟକ “ଦୀପଶୀଖା” ଏବଂ “ରୀନାର ସ୍ୱପ୍ନ” ମଞ୍ଚସ୍ଥ

ଭୁବନେଶ୍ୱର:  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, ବାଲେଶ୍ୱର ଏବଂ କଳାକାର ବାଲେଶ୍ୱରର ମିଳିତ ସହଯୋଗରେ ବାଲେଶ୍ବର ଜିଲ୍ଲା ସ୍ଥିତ ଗାନ୍ଧି ସ୍ମୃତି ଭବନ ଠାରେ ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଛି। ଆଜି ନାଟକ ମହୋତ୍ସବର ଦ୍ଵିତୀୟ ଦିନରେ ନାଟ୍ୟକାର ଶ୍ରୀ ପ୍ରଦୀପ କୁମାର ରଣାଙ୍କ ନିର୍ଦ୍ଦେଶନାରେ ନାଟକ “ଦୀପଶୀଖା” ଏବଂ ଇଂ ଶ୍ରୀତମ କୁମାର ସିଂହଙ୍କ ନିର୍ଦ୍ଦେଶନାରେ ନାଟକ “ରୀନାର ସ୍ୱପ୍ନ” ମଞ୍ଚସ୍ଥ ହୋଇଥିଲା । “ଆଜିର ଶିଶୁ କାଲିର ଭବିଷ୍ୟତ” ଏହି ବାର୍ତ୍ତାକୁ ନାଟକ “ଦୀପଶୀଖା” ଏବଂ “ରୀନାର ସ୍ୱପ୍ନ”ରେ ଖୁବ୍ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା।

ଆଜି ପ୍ରଦର୍ଶିତ ହୋଇଥିବା ନାଟକ ଦୁଇଟିରେ ଶିଶୁକଳାକାରମାନେ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିବା ସହିତ ଦର୍ଶକମାନଙ୍କର ପ୍ରଶଂସା ସାଉଁଟିଥିଲେ। ଏଥିସହିତ ଶିଶୁ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆମ ନାଟକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଦର୍ଶକ ଏବଂ ଅତିଥିମାନେ ମତପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ, ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking