16.1 C
Bhubaneswar
Wednesday, January 14, 2026
Homeଓଡିଶାରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ : ପ୍ରଥମ ଦିନରେ ନାଟକ "ବୁଢ଼ି ମା'ର କାହାଣୀ...

ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ : ପ୍ରଥମ ଦିନରେ ନାଟକ “ବୁଢ଼ି ମା’ର କାହାଣୀ ପେଡ଼ି” ଏବଂ “ପରିଚୟ” ମଞ୍ଚସ୍ଥ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ, ବାଲେଶ୍ୱର ଏବଂ କଳାକାର ବାଲେଶ୍ୱରର ମିଳିତ ସହଯୋଗରେ ବାଲେଶ୍ବର ଜିଲ୍ଲା ସ୍ଥିତ ଗାନ୍ଧି ସ୍ମୃତି ଭବନ ଠାରେ ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ନାଟକ ମହୋତ୍ସବର ପ୍ରଥମ ଦିନରେ ନାଟ୍ୟକାର ଶ୍ରୀ ଜନ୍ମେଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନାଟକ “ବୁଢ଼ି ମା’ର କାହାଣୀ ପେଡ଼ି” ଏବଂ ଶ୍ରୀ ମନୋଜ ଦଳବେହେରାଙ୍କ ନିର୍ଦ୍ଦେଶନାରେ ନାଟକ “ପରିଚୟ” ମଞ୍ଚସ୍ଥ ହୋଇଥିଲା । ଆଜିର ସମୟରେ ଶିଶୁମାନଙ୍କ ପାଇଁ ଟିଭି, ଭିଡ଼ିଓ ଗେମ୍ ଏବଂ କାର୍ଟୁନ ଆଦି ମନୋରଞ୍ଜନର ସାଧନ ସାଜିଥିବାବେଳେ ବୁଢ଼ି ମା’ର ସେହି ଗପପେଡ଼ିର କାହାଣୀ ସମୂହ ଓଡ଼ିଆ ଘରର ସଂସ୍କୃତିକୁ କିପରି ନିଖୁଣ ଭାବେ ଗଢ଼ିତୋଳିଥାଏ ତାହାକୁ ନେଇ ନାଟକ “ବୁଢ଼ି ମା’ର କାହାଣୀ ପେଡ଼ି” ପରିବେଷଣ କରାଯାଇଥିଲା। ସେହିପରିଭାବେ ନାଟକ “ପରିଚୟ” ମାଧ୍ୟମରେ ଆମ ସମାଜରେ ବାସ କରୁଥିବା ଅନାଥ ଶିଶୁମାନଙ୍କର ସଂଘର୍ଷକୁ ପ୍ରଦର୍ଶିତ କରାଯାଇଥିଲା।

ନାଟକ ଦୁଇଟିରେ ଶିଶୁକଳାକାରମାନେ ଖୁବ୍ ସୁନ୍ଦର ଭାବରେ ଅଭିନୟ କରିବା ସହିତ ସମସ୍ତ କଳାକାରମାନେ ଦର୍ଶକମାନଙ୍କର ପ୍ରଶଂସା ସାଉଁଟିଥିଲେ। ଏଥିସହିତ ଶିଶୁ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଆମ ନାଟକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଏହି ରାଜ୍ୟ ସ୍ତରୀୟ ଶିଶୁ ନାଟକ ମହୋତ୍ସବ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଦର୍ଶକ ଏବଂ ଅତିଥିମାନେ ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ, ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଶ୍ରୀ ହେମେନ୍ଦ୍ର ମହାପାତ୍ର ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀ ଭୁବନ ମୋହନ ପ୍ରଧାନ, ଏକାଡେମୀର ସଦସ୍ୟ ଶ୍ରୀ ଭବାନୀ ଚରଣ ପଣ୍ଡା, ଇଂ ଶ୍ରୀତମ କୁମାର ସିଂହ, ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ବହୁ ଦର୍ଶକ, କଳାକାର ଏବଂ ନାଟକ ପ୍ରଶଂସକମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking