ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ଏହି ପଦବିଗୁଡ଼ିକର ପୂରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ସେହିପରି ଏଥିରେ କୁହାଯାଇଛି ଯେ, ଆବେଦନକାରୀଙ୍କ ବୟସ ୨୦୨୫ ଡିସେମ୍ବର ୧ ସୁଦ୍ଧା ୬୬ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅର୍ଥାତ ଆବେଦନକାରୀ ୧୯୫୯ ମସିହା ଡିସେମ୍ବର ୨ ତାରିଖ ପରେ ଜନ୍ମଗ୍ରହଣ କରିଥିବେ। ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୫ ରଖାଯାଇଛି। ଅଧିକ ତଥ୍ୟ ପାଇଁ ୱେବ୍ସାଇଟ୍ www.dhe.odisha.gov.inକୁ ଯାଇ ସର୍ଚ୍ଚ କରନ୍ତୁ।










