ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଆଜି ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୯୮ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ନିଯୁକ୍ତି ମେଳା ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି।