24.1 C
Bhubaneswar
Monday, March 23, 2026
Homeଓଡିଶାଛାତ୍ରୀ ମୃତ୍ୟୁ ଘଟଣାରେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କଲେ ରାଜ୍ୟ ସରକାର

ଛାତ୍ରୀ ମୃତ୍ୟୁ ଘଟଣାରେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ସମ୍ପ୍ରତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ସମୟର ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା ତଥ୍ୟ ଅନୁସନ୍ଧାନ କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ସଦସ୍ୟ ରହିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିକଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ନେଇ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତୁରନ୍ତ ଏହି ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀଙ୍କୁ ଗିରଫ କରିବା ସହ ଦୋଷୀ ଅଧିକାରୀଙ୍କୁ ନିଲମ୍ବିତ କରିବା ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଇଛି। ଅନୁଷ୍ଠାନକୁ ନୋଟିସ ଅଧୀନରେ ରଖାଯାଇଛି ଏବଂ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ ଆଧାରରେ ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧରେ ବଳ ପ୍ରୟୋଗ ସମେତ ଅସଦାଚରଣ ଅଭିଯୋଗର ତଦନ୍ତ କରାଯାଉଛି ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାର କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ତ୍ୱରିତ ଓ ନିରପେକ୍ଷ ନ୍ୟାୟ ପ୍ରଦାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking