17.1 C
Bhubaneswar
Saturday, February 14, 2026
Homeଖେଳରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିଅନ୍‌ଶିପ୍‌; ଶୁଭି ଗୁପ୍ତାଙ୍କୁ ଅଣ୍ଡର-୧୬ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିଅନ୍‌ଶିପ୍‌; ଶୁଭି ଗୁପ୍ତାଙ୍କୁ ଅଣ୍ଡର-୧୬ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ନିକଟରେ ଶ୍ରୀଲଙ୍କା କାଲୁତାରା ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ ଚେସ୍ ଚାମ୍ପିଅନ୍‌ଶିପ୍‌ରେ ଭାରତର ଶୁଭି ଗୁପ୍ତା ବାଳିକା ଅଣ୍ଡର-୧୬ ସ୍ୱର୍ଣ୍ଣ ଏବଂ ବାଳିକା ଅଣ୍ଡର-୧୯ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ମହିଳା ଫିଡେ ମାଷ୍ଟର ଏବଂ ଅଣ୍ଡର-୧୯ ବାଳିକା ଜାତୀୟ ଚାମ୍ପିଅନ୍ ଶୁଭି ଅଣ୍ଡର-୧୬ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ୭ ବିଜୟ ଓ ଦୁଇଟି ଡ୍ର’ ଖେଳିଥିଲେ। ୯ରୁ ୮ ପଏଣ୍ଟ ହାସଲ କରି ଶୁଭି ପ୍ରଥମ ସ୍ଥାନରେ ରହିଥିବା ବେଳେ ନିଜ ଦେଶର ମ୍ରିତ୍ତିକା ମଲିକ (୭ ପଏଣ୍ଟ) ଏବଂ ଯଶ୍ୱୀ ଜୈନ (୬.୫ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ତୃତୀୟ ସ୍ଥାନରେ ରହିଥିଲେ। ଏହା ବ୍ୟତୀତ ଶୁଭି ଓପନ୍ କାଟାଗୋରିରେ ଅନୁଭବୀ ଜିଏମ୍‌, ଆଇଏମ୍ ଏବଂ ମହିଳା ଜିଏମ୍‌ଙ୍କ ବିପକ୍ଷରେ ଖେଳି ଅଣ୍‌ହର-୨୦ ବାଳିକ ବର୍ଗରେ ୪.୫ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ସହ ଶୁଭି ଏକ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking