23.1 C
Bhubaneswar
Wednesday, January 15, 2025
Homeଓଡିଶାଖଣିରୁ ରାଜସ୍ୱ ଆଦାୟ କରିପାରିବନି ରାଜ୍ୟ

ଖଣିରୁ ରାଜସ୍ୱ ଆଦାୟ କରିପାରିବନି ରାଜ୍ୟ

ଭୁବନେଶ୍ୱର: ବିଧାନସଭାରେ ବିବୃତ୍ତି ରଖି ଖଣି ଉପରୁ ରାଜ୍ୟ ସରକାର ନିଜସ୍ୱ ରାଜସ୍ୱ ନେଇପାରିବେନାହିଁ ବୋଲି କହିଛନ୍ତି ଖଣି ମନ୍ତ୍ରୀ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ନିଜସ୍ୱ ରାଜସ୍ୱ ଆଦାୟ କରିପାରିବେନି । ପୂର୍ବରୁ ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ମଧ୍ୟ ରହିଛି । ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଟିକସ ଆଦାୟ ନେଇ ଆଇନ ଆଣିଥିବାବେଳେ କିଛି ଖଣି ମାଲିକ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ନିୟମକୁ ରଦ୍ଦ ମଧ୍ୟ କରିଥିଲେ । ଏମିତିରେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ପିଛିଲା ଭାବେ ସେହି ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ବିଧାନସଭାରେ କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ଖଣି ବିଭାଗ ଖର୍ଚ୍ଚ ଦାବି ସମୟରେ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିବା ସହ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩୮୫ ଖଣିରୁ ୨୦୫ ଖଣି କାର୍ଯ୍ୟକ୍ଷମ । ରାଜ୍ୟର ୧୮୦ ଖଣି କାର୍ଯ୍ୟକ୍ଷମ ହୋଇପାରିନାହିଁ । ହେଲେ ବିଜେଡି କହିଥିଲା ରାଜ୍ୟର ୯୫ ପ୍ରତିଶତ ଖଣି କାର୍ଯ୍ୟକ୍ଷମ ହୋଇଛି । ମାତ୍ର ଷ୍ଟାଟସ୍ ରିପୋର୍ଟରେ ଭିନ୍ନ କଥା କହୁଛି । ଚଳିତ ବର୍ଷ ଖଣି କ୍ଷେତ୍ରରୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଖଣି ବିଭାଗ ଲକ୍ଷ୍ୟ ରଖିଛି । ୧୦୨ ଖଣିରୁ କ୍ରୋମାଇଟ, ମାଙ୍ଗାନିଜ, ଲୁହାପଥର ଓ ବକ୍ସାଇଟ ଉତ୍ପାଦନ ହେଉଛି । ୩୩ ଖଣିରୁ କୋଇଲା ଉତ୍ପାଦନ ହେଉଛି । ୭ ଟିରୁ ରତ୍ନ ପଥର, ୫୬ରୁ ଡେକୋରେଟିଭ ଷ୍ଟୋନ ଉତ୍ପାଦନ ହେଉଛି । ଖଣିଜ ଦ୍ରବ୍ୟର ଗ୍ରେଡେସନକୁ ଦେଖିବା ଓ ଦୁର୍ନୀତିକୁ ରୋକିବା ପାଇଁ ରାଜ୍ୟରେ ଏସିଆର ସର୍ବ ପ୍ରଥମ ରୋବୋଟିକ ଲ୍ୟାବ ତିଆରି ହେବ । ରାଜ୍ୟରେ ୩୫୫୪ ଲଘୁ ଖଣିଜ ଦ୍ରବ୍ୟ ଖଣି ରହିଥିବା କଥା ମଧ୍ୟ କହିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking