30.1 C
Bhubaneswar
Thursday, March 19, 2026
Homeଓଡିଶାରାଜ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବରେ ମୋହର

ରାଜ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର: ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ୨୧ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା ସେଥିରୁ ୪ ଟି ବିଭାଗର ୪ ଟି ପ୍ରସ୍ତାବ ଆଲୋଚନା ପରେ ଅନୁମୋଦନ କରାଯାଇଥିଲl l

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବିକଶିତ ଓଡ଼ିଶା@ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ବ ଅଭିବୃଦ୍ଧି କରାଯିବ। ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି। ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking