33.5 C
Bhubaneswar
Friday, April 10, 2026
Homeଓଡିଶାରାଜ୍ୟ କ୍ୟାବିନେଟ: ୫ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ: ୫ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବରେ ବାଜିଲା ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳପ୍ରକଲ୍ପକୁ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ଓ ରକ୍ଷଣବେକ୍ଷଣ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି, ଓଡ଼ିଶା କ୍ୟାବିନେଟ୍ “ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ନୀତି ୨୦୨୭କୁ ଅନୁମୋଦନ କରିଛନ୍ତି। ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି, ଯାହା ଗ୍ରାମାଞ୍ଚଳରେ ନିରନ୍ତର ଏବଂ ନିର୍ଭରଯୋଗ୍ୟ ପାନୀୟ ଜଳ ସେବା ପ୍ରଦାନ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛି।ଗତ କିଛି ବର୍ଷ ମଧ୍ୟରେ, ଓଡ଼ିଶା “ଜଳ ଜୀବନ ମିଶନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ଵାରା ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ପାଇପ୍ ଜଳ ସଂଯୋଗ ଯୋଗାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଆମେ ସମଗ୍ର ରାଜ୍ୟରେ ଏକକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ, ସୌର-ଚଳିତ କଳଯୋଗାଣ ପ୍ରକଳ୍ପ ଏବଂ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଭଳି ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରିଛୁ। ତେବେ, କେବଳ ଭିଭିଭୂମି ନିର୍ମାଣ ଶେଷ ପଦକ୍ଷେପ ନୁହେଁ । ଏହି ବ୍ୟବସ୍ଥାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ, ଦକ୍ଷ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ରଖୁବା ସମାନ ଭାବେ ଗୁରୁତ୍ବପୂର୍ଣ୍ଣ। ଏହି ନୂଜକ ଅନୁମୋଦିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M)ନୀଜି ନିରବଚ୍ଛିନ୍ନ ଜଳ ଯୋଗାଣ ପାନୀୟ ଜଳର ମାନ ନିର୍ଦ୍ଧାରଣ ଭିଭିଭୂମିର ପ୍ରବିରୋଧାତ୍ମକ ରକ୍ଷଣାବେକ୍ଷଣ ଏବଂ ଗ୍ରନ୍ଥ ଆର୍ଥିକ ପରିଚାଳନା ପାଇଁ ଏକ ବିସ୍ତୃତ ରୂପରେଖ ପ୍ରଦାନ କରେ । ଏହି ନୀତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା (RWSS), ଜିଲ୍ଲା କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡ଼ିକର ଦାୟିବକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ହୋଇଅଛି, ଯାହାଦ୍ବାରା ବିଜେନ୍ଦ୍ରୀକୃଷ୍ଣ ଶାସନ ଏବଂ ଜନସାଧାରଣଙ୍କର ସାମୁଦାୟିକ ମାଲିକାନା ସୁଦୃଢ଼ ହେବ। ଏହି ନୀତିରେ ଗଠିକ ବ୍ୟବହାରକାରୀ ଶୁଳ୍କ ବ୍ୟବସ୍ଥା, ଗ୍ରାମ ସ୍ତରରେ ରକ୍ଷଣାବେକ୍ଷଣ ପାଇଁ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ନିୟମିତ ଭାବେ ଜଳର ଗୁଣାମାନ ପରୀକ୍ଷଣ, SCADA ଏବଂ” ICT ଆଧାରିତ ପ୍ରଣାଳୀ ମାଧ୍ୟମରେ ଡିଜିଟାଲ ପର୍ଯ୍ୟାଲୋଚନା ସହିତ ରିଅଲ୍ଟ-ଟାଇମ ନିୟନ୍ତ୍ରଣପାଇଁ ଏକ କେନ୍ଦ୍ରୀୟ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସ୍ଥାପନାର ବ୍ୟବସ୍ଥା ରହିଛି। ସେହି ପରି, ଜଳଯୋଗାଣ ଜାରି ରଖୁବା ପାଇଁ ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାମାନ ମଧ୍ୟ ଏଥିରେ ସାମିଲ ରହିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ନୀତି ଗ୍ରାମୀଣ ପାନୀୟ ଜଳ ଭିଭିଭୂମିରେ ହୋଇଥ‌ିବା ବିପୁଳ ସରକାରୀ ପୁଞ୍ଜି ବିନିଯୋଗକୁ ସୁରକ୍ଷିତ ରଖେ । ଏହି କୀଟି ଦ୍ଵାରା ମଧ୍ୟ ଓଡ଼ିଶାରେ “ବର ଘର ଜଳ” ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏହି ଗୀତି ପ୍ରଣୟନ ବେତୁ ବର୍ତମାନ ରାଜ୍ୟ କୋଷାଗାର ଉପରେ କୌଣସି ଅଧ‌ିକ ଆର୍ଥିକ ବୋଝ ସୃଷ୍ଟି ହେବ ନାହିଁ। ଏହି ନିଷ୍ପତ୍ତି ସହିତ ଓଡ଼ିଶା ଗ୍ରାମୀଣ ଜଳ ଯୋଗାଣ ପରିଚାଳନା ପରବର୍ତ୍ତୀ ପର୍ଯ୍ୟାୟକୁ ଗତି କରୁଅଛି, ଯେଉଁଠାରେ ସ୍ଥାଯୀବ ଉତ୍ତରଦାୟିବ ଏବଂ ସେବାର ଶ୍ରେଷ୍ଠତା ଉପରେ ଗୁରୁତ୍ବ ଦିଆଯାଇଛି। ଆମର ଉଦ୍ଦେଶ୍ୟ ସ୍ପଷ୍ଟ ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ କେବଳ ଟ୍ୟାପ୍ ସଂଯୋଗ ନୁହେଁ, ବରଂ ସେମାନେ ପ୍ରତିଦିନ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ପର୍ଯ୍ୟାସ୍ତ ପାନୀୟ ଜଳ ପାଇବା ଉଚିତ । ବର୍ତ୍ତମାନ ସରକାରଙ୍କ କାର୍ଯ୍ୟ ଅବଧୂ ସମୟରେ ସାରା ରାଜ୍ୟରେ ଗ୍ରାମୀଣ ପାନୀୟ ଜଳ ଢାଞ୍ଚା ସୁଦୃଢ଼ ହେବାରେ ଗୁରୁତ୍ଵପୂର୍ଣ୍ଣ ପ୍ରଗଟି ହାସଲ ହୋଇଛି। ଏହି ଅବଧୂରେ ସମୁଦାୟ ୨୭ଟି ମେରା ପାଇ କଳ ଯୋଗ ପ୍ରକଳ୍ପ ସଫଳତାର ସହ ସମାଦ୍ରି କରାଯାଇଛି। ଏହାଛଡା, ୮୨ଟି ପ୍ରବନ୍ଧରେ ଜଳ ବିଶୋଧନାଗାର (WTP) ଓ ଜଳ ରସ (Intake well) ଭଳି ମୁଖ୍ୟ ଢାଞ୍ଚା ସମାସ୍ତ ହୋଇଥିବାରୁ ଗ୍ରାମଗୁଡ଼ିକୁ ଜଳ ଯୋଗାଣ ଆରମ୍ଭ କରିବା ସମ୍ଭବ ହୋଇଛି। ଏତଦ୍ ବ୍ୟତୀତ ଏହି ସମୟରେ ୩,୦୪୭ଟି ଏକକ ଗ୍ରାମ ଜଳ ଯୋଗାଣ ପ୍ରବନ୍ଧ ଏବଂ ୨,୭୦୨ଟି ସୌର ଶକ୍ତି ଆଧାରିତ ଜଳ ଯୋଗାଣ ପ୍ରକଳ୍ପ ସମାସ୍ତ କରାଯାଇଛି। ଏହି ସମସ୍ତ ପ୍ରୟାସର ଫଳସ୍ଵରୂପ, ଫଙ୍କସନାଲ୍ ହାଇସଟୋଲ୍ଡ ବ୍ୟାପ୍ ବିଜେଳୁକ୍ (FHTC) ମାଧ୍ୟମରେ ପାନୀୟ ଜଳ ପାଇଥିବା ଗ୍ରାମର ସଂଖ୍ୟା ୫,୧୩୨ ରୁ ବୃଦ୍ଧି ପାଇ ୨୧,୦୦୦ରୁ ଆର୍ଥିକ ହୋଇଛି। ଅତିରିକ୍ତ ଜଳ ଯୋଗାଣ ବ୍ୟବସ୍ଥା ବାବଦରେ ବର୍ତମାନ ସରକାରଙ୍କ ଦ୍ବାରା ୨୮,୭୪୧ଟି ଜଳକୂପ (ଟ୍ୟୁବୱେଲ୍ ମଧ୍ୟ ସ୍ଥାପନ କରାଯାଇଛି। ଯେଉଁ ସ୍ଥାନରେ କାର୍ଯ୍ୟର ପ୍ରଗଟି ଅସନ୍ତୋଷଜନକ ରହିଛି ସେଠାରେ ସରକାର ଠିକାବାର ମାନଙ୍କ ବିରୋଧରେ କଠୋର ଘଟକ୍ଷେପ ଗ୍ରହଣ କରିଛନ୍ତି । ମେଗା ଓ ଏକକ ଗ୍ରାମ ହଳ ଯୋଗାଣ ପ୍ରବନ୍ଧ ରେ ସମୁଦକ୍ଷ ପ୍ରାୟ ୧,୧୫୦ କୋଟି ଟଙ୍କା ଜରିମାନା ଆରୋପ କରାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ଏଫ୍.ଆଇ.ଆର୍ ମଧ୍ୟ ଦାଖଲ କରାଯାଇଛି।

ରାଜ୍ୟ କ୍ୟାବିନେଟ: ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking