26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ମନମୋହନ ସାମଲ । ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ  ଗସ୍ତରେ ରହିଛନ୍ତି । ପୁଣି ଥରେ ସଭାପତି  ନିର୍ୱାଚିତ ହେବା ପରେ ଦିଲ୍ଲୀ  ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କିଛି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ  ଉପରେ ଆଲୋଚନା ହୋଇପାରେ । ଏଥି ସହ ଦିଲ୍ଲୀରେ କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା ହୋଇପାରେ । ୪ ଦିନିଆ ଗସ୍ତରେ ଯାଇଛନ୍ତି ମନମୋହନ ସାମଲ ଯାହା ସୂଚନା ମିଳିଛି । କୁହାଯାଉଛି ଯେ ଆଉ କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯାଇପାରନ୍ତି  ବୋଲି ଆଶା କରାଯାଉଛି । ସୂଚନାଥାଉକି,  କିଛିଦିନ ପୂର୍ୱରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ମୋଦିଙ୍କ ସହ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ କିଛି ଚର୍ଚ୍ଚା କରିଥାଇ ପାରନ୍ତି ବୋଲି ଆଶା କରାଯାଉଥିଲା । ରାଜ୍ୟର ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି ।

ଅନ୍ୟପଟେ କିଛିଦିନ ତଳେ ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ । ଆହୁରି କହିଥିଲେ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ତାଲିକା ପ୍ରସ୍ତୁତ ହୋଇଛି । ଆଉ କିଛି ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଯୁବକ ଓ ବରିଷ୍ଠଙ୍କ ସହ ସମନ୍ୱୟ ରଖି ଟିମ ଗଠନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking