28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଏମ୍‌ସିଜିରେ ଇତିହାସ ରଚିଲେ ଷ୍ଟାର୍କ

ଏମ୍‌ସିଜିରେ ଇତିହାସ ରଚିଲେ ଷ୍ଟାର୍କ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ନଭେମ୍ବର ୪ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ଦୁଇ ଟିମ୍ ମଧ୍ୟରେ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍‌ସିଜି)ରେ ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମ୍‌ର ବ୍ୟାଟିଂ ବହୁତ ଖରାପ ଥିଲା ଏବଂ ଟିମ୍ ପୂରା ୫୦ ଓଭର୍ ମଧ୍ୟ ଖେଳିପାରି ନଥିଲା। ପାକିସ୍ତାନ ୪୬.୪ ଓଭର୍‌ରେ ମାତ୍ର ୨୦୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। କଙ୍ଗାରୁ ଟିମ୍‌ର ଫାଷ୍ଟ ବୋଲର୍ ମିଚେଲ୍ ଷ୍ଟାର୍କ ପାକିସ୍ତାନୀ ବ୍ୟାଟର୍‌ଙ୍କ ସବୁଠୁ ଅଧିକ ହଇରାଣ କରିଥିଲେ। ଷ୍ଟାର୍କ ୧୦ ଓଭର୍‌ରେ ୩୩ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ସେ ୩ ମେଡେନ୍ ଓଭର୍ ମଧ୍ୟ ପକାଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ବଳରେ ମିଚେଲ୍ ଷ୍ଟାର୍କ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛନ୍ତି। ଘରୋଇ ମାଟିରେ ତାଙ୍କ ନାମରେ ୧୦୧ ଦିନିକିଆ ୱିକେଟ୍ ହୋଇଛି। ଏମ୍‌ସିଜିରେ ଖେଳାଯାଇଥିବା ଦିନିକିଆରେ ଅଷ୍ଟ୍ରେଲିଆ ୨ ୱିକେଟ୍‌ରେ ପାକିସ୍ତାନକୁ ହରାଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ପାକିସ୍ତାନ ପ୍ରଥମେ ୪୬.୪ ଓଭର୍‌ରେ ୨୦୩ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୩୩.୩ ଓଭର୍‌ରେ ୮ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking