ଭୁବନେଶ୍ୱର : ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଏନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବୟାନ ରଖିଛନ୍ତି । କହିଛନ୍ତି ଭାଗଚାଷୀଙ୍କ ପାଇଁ ଏ ଯାଏଁ କøଣସି ନିୟମ ନାହିଁ । ପୂର୍ୱ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି । କ୍ଷତିପୂରଣ ମୂଳ ଜମି ମାଲିକଙ୍କୁ ମିଳିବ । ଗଞ୍ଜାମ ଜିଲ୍ଲାରେ ସର୍ୱାଧିକ ୬୦ ହଜାର ୭୧୨. ୬ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ପୁରୀରେ ୪୯ ହଜାର ୨୯୬ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଏହାସହ ନୂଆପଡାରେ ୧୨. ୬୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଅଦିନିଆ ବର୍ଷାରେ ବ୍ୟାପକ ଫସଲ ଚାଷୀର ନଷ୍ଟ ହୋଇଛି । ଏହା ସବୁ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ଭାଗଚାଷୀଙ୍କୁ ଜମି ମାଲିକ ଆବଣ୍ଟନ କରିବେ । ୩ରୁ ୪ ଦିନରେ ମିଳିବ ସହାୟତା । ୧୫ ଦିନରେ କ୍ଷତିପୂରଣ ଦେବେ ବୀମା କମ୍ପାନି ।










