24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶପରୀକ୍ଷାରେ ଫେଲ୍ ହେବାରୁ ଛୁରାମାଡ଼; ୮ ମୃତ, ୧୭ ଗୁରୁତର

ପରୀକ୍ଷାରେ ଫେଲ୍ ହେବାରୁ ଛୁରାମାଡ଼; ୮ ମୃତ, ୧୭ ଗୁରୁତର

ବେଜିଂ: ପରୀକ୍ଷାରେ ଫେଲ୍ ହେବା ପରେ ଜଣେ ଛାତ୍ର ଏପ୍ରକାର ଉନ୍ମତ୍ତ କାଣ୍ଡ ଭିଆଇପାରେ ସେନେଇ କେହି କେବେ ଚିନ୍ତା ମଧ୍ୟ କରିପାରିବେନି। କିନ୍ତୁ ପୂର୍ବ ଚୀନ୍‌ର ଏକ ବିଜନେସ୍ ସ୍କୁଲରେ ଶନିବାର ଏଭଳି ଏକ ବିଭତ୍ସ ତଥା ବଡ଼ଧରଣର ହତ୍ୟାକାଣ୍ଡ ଘଟଣା ଘଟିଛି। ଏହି ବିଜ୍‌ନେସ୍ ସ୍କୁଲର ଜଣେ ଛାତ୍ର ପରୀକ୍ଷାରେ ଫେଲ୍ ହେବା ପରେ ପରେ ଅତର୍କିତ ଭାବେ ସ୍କୁଲ ପରିସରରେ ଛୁରାମାଡ କରିବା ଆରମ୍ଭ କରିଦେଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୂର୍ବତନ ଛାତ୍ରକୁ ପୁଲିସ ଗିରଫ କରିଛି। ଜିଆଙ୍ଗସୁ ପ୍ରଦେଶର ୟିକ୍ସିଙ୍ଗ ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ଉକ୍ସି ଭୋକେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟସ ଆଣ୍ଡ୍ ଟେକ୍ନୋଲୋଜିରେ ଶନିବାର ସନ୍ଧ୍ୟାର ଏହି ଘଟଣା ନେଇ ୟିକ୍ସିଂର ପୁଲିସ ଏକ ବିବୃତି ଜାରି କରିଛି। ପୁଲିସ ଗଣମାଧ୍ୟମକୁ କହିଛି ଯେ ଆକ୍ରମଣକାରୀ ଅନୁଷ୍ଠାନର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ ସ୍ନାତକ ହେବାର ଥିଲା। କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇଯାଇଥିଲା। ସେ ପରୀକ୍ଷାରେ ବିଫଳ ହେବା ପରେ ଅସନ୍ତୁଷ୍ଟ ଥିଲା। ତେଣୁ ଏଠାକୁ ଆସି ନିଜର କ୍ରୋଧ ପ୍ରକାଶ କରିବା ସହ ଜଣେ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଅଭିଯୁକ୍ତ ନିଜେ ଅପରାଧ ଘଟଣାର ସ୍ୱୀକାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking