ଭୁବନେଶ୍ୱର: ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି । ଆଜି ବି ନୀତିକାନ୍ତି ବନ୍ଦ ରହିବ କହିଲେ ବ୍ରାହ୍ମଣ ନିଯୋଗ ସମ୍ପାଦକ । ଏହା ସହ ସେ କହିଛନ୍ତି ଯେ ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ବନ୍ଦ ରହିବ ନୀତିକାନ୍ତି । ସ୍ୱତନ୍ତ୍ର ନିୟମ ନଆସିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ । ହଠାତ୍ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ । ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଛି ବିବାଦ । କାଲି ରାତିରୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ ।










