27.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ତରଫରୁ ନୂଆସାହି ଶ୍ରୀ ଗଣେଶ ମହୋତ୍ସବ-୨୦୨୫ ନିମନ୍ତେ ପ୍ରଥମ...

ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ତରଫରୁ ନୂଆସାହି ଶ୍ରୀ ଗଣେଶ ମହୋତ୍ସବ-୨୦୨୫ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଚଳିତ ବର୍ଷ ନୂଆସାହି ଶ୍ରୀ ଗଣେଶ ମହୋତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀଯୁକ୍ତ ହିମାଂଶୁ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ବିଗତ ବର୍ଷ ବହୁ ଆଡ଼ମ୍ବରରେ ଗଣେଶ ପୂଜା ଆୟୋଜନ କରିବା ସହ ୫୬ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣେଶ ପ୍ରତିମା ପୂଜ ମଣ୍ଡପରେ ପୂଜା କରି ସର୍ବ ଉଚ୍ଚତମ ଶ୍ରୀ ଗଣେଶ ପ୍ରତିମା କରିବାରେ ନୂଆସାହି ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଚଳିତ ବର୍ଷ ଏହି ପୂଜାକୁ ଆହୁରି ଆକର୍ଷଣୀୟ ଏବଂ ସ୍ମରଣୀୟ କରିବା ନିମନ୍ତେ ନୂଆସାହି ଅଞ୍ଚଳର ବାସିନ୍ଦା,ବରିଷ୍ଠ ନାଗରିକ ଏବଂ ଯୁବକମାନେ ଆଗେଇ ଆସିଛନ୍ତି.ଉକ୍ତ ବୈଠକ ଆରମ୍ଭରେ ସର୍ବପ୍ରଥମେ ଆଞ୍ଚଳର ଇହଧାମ ତ୍ଯାଗ କରିଥୀବା ବ୍ଯାକ୍ତିଗଣଙ୍କ ଅମର ଆତ୍ମାର ସଦଗତି କାମନା କରି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦ୍ବାରା ୨ମିନିଟ ନିରବ ପ୍ରାର୍ଥନା କରଯାଇଥିଲା।

ବୈଠକରେ ଅନୁଷ୍ଠାନର ସମ୍ପାଦକ ସାଗର ବଳବନ୍ତରାୟ ଉପସ୍ଥିତ ଅନୁଷ୍ଠାନର ସଦସ୍ୟଙ୍କୁ ବିଗତ ବର୍ଷର ପୂଜାର ବିଭିନ୍ନ ବିବରଣୀ ପ୍ରଦାନ କରିବା ସହ ଚଳିତ ବର୍ଷ ପୂଜା ନିମନ୍ତେ ବିଭିନ୍ନ ସମ୍ବର୍ଦ୍ଧରେ ଆଲୋଚନା କରିଥୀଲେ ଏବଂ ବିଗତ ବର୍ଷ ମହୋତ୍ସବର ସଫଳତମ ଆୟୋଜନ ନିମନ୍ତେ ଅଞ୍ଚଳବାସୀ ଏବଂ ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜ୍ଞାପନ କରିଥୀଲେ।ମହୋତ୍ସବ ସମୟରେ ପ୍ରବଳ ଜନସମାଗମ ପାଇଁ ନୂଆସାହି ଅଞ୍ଚଳ ଜନସାଧାରଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଚଳିତ ବର୍ଷ ମହୋତ୍ସବକୁ ୧୧ ଦିନ ପରିବର୍ତ୍ତେ ୭ ଦିନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ତା ସହ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ସେଥିପାଇ ବରିଷ୍ଠ ନାଗରିକ ଉପଦେଶରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।ଏହି ଗରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ମିଲନ ପାଇକରାୟ,ପ୍ରଶାନ୍ତ ବଡ଼ଜେନା, ସୁପ୍ରଭାତ ପ୍ରଧାନ,ସୁମନ୍ତ ସାମନ୍ତରାୟ,ଶୁଭେନ୍ଦୁ ନାୟକ,ସନ୍ଦିପ ବଳ,ପ୍ରତାପ ପ୍ରଧାନ, ପବିତ୍ର ବଳିୟାରସିଂହଙ୍କ ସହ ନୂଆସାହିର ସମସ୍ତ ବରିଷ୍ଠ ନାଗରିକ ଏବଂ ଯୁବକ ସାଥିମାନେ ଯୋଗଦେଇଥିଲେ ବୋଲି ଅନୁଷ୍ଠାନର ଗଣମାଧ୍ୟମ ସଂଯୋଜକ ଦେବବ୍ରତ ମହାନ୍ତି ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking