27.1 C
Bhubaneswar
Monday, December 8, 2025
Homeଓଡିଶାଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଲା ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଲା ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି ।  ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ରହିଛି। ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି ।  ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି ।   ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ  ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ ।   ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା  ।   ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍‌ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ଜଣାପଡ଼ିଛି   ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking