17.1 C
Bhubaneswar
Tuesday, February 3, 2026
Homeଓଡିଶାସାତକୋଶିଆରେ ସ୍ୱତନ୍ତ୍ର ଫୋର୍ସ

ସାତକୋଶିଆରେ ସ୍ୱତନ୍ତ୍ର ଫୋର୍ସ

ଭୁବନେଶ୍ୱର: ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି। ଓଡ଼ିଶାର ସାତକୋଶିଆ ଟାଇଗର ରିଜର୍ଭରେ ପୁଣି ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିବାର ପ୍ରାୟ ସାଢେ ଚାରି ବର୍ଷ ପରେ ଏନଟିସିଏର ଏହି ନିଷ୍ପତ୍ତି ଆସିଛି। କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିବାର ପ୍ରାୟ ସାଢେ ଚାରି ବର୍ଷ ପରେ ଏନଟିସିଏର ଏହି ନିଷ୍ପତ୍ତି ଆସିଛି। ପିସିସି ବନ କର୍ମଚାରୀ ଓ ଅବସରପ୍ରାପ୍ତ ଅଧିକାରୀଙ୍କୁ ମିଶାଇ ଏସଟିଏଫରେ ମୋଟ ୩୦ଜଣ ସଦସ୍ୟ ରହିଛନ୍ତି। ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ସୁଶାନ୍ତ ନନ୍ଦଙ୍କ ଅନୁଯାୟୀ, ଏନଟିସିଏ ନିୟମ ଅନୁଯାୟୀ ଶୀକାରୀଙ୍କ ମୁକାବିଲା କରିବା ପାଇଁ ଏହି ଟିମ୍ ଗଠନ କରାଯାଇଛି।ଅଭୟାରଣ୍ୟରେ ଏସଟିପିଏଫ୍ ନିୟୋଜିତ ହେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଏହି ପ୍ରକଳ୍ପର ଏକ ଅଂଶ ଭାବରେ ମହାରାଷ୍ଟ୍ରର ତାଡୋବା ରିଜର୍ଭରୁ ପାଞ୍ଚ ବର୍ଷ ମଧ୍ୟରେ ୧୫ଟି ବାଘଙ୍କୁ ପର୍ଯ୍ୟାୟକ୍ରମେ ସାତକୋଶିଆକୁ ସ୍ଥାନାନ୍ତର କରାଯିବ ବୋଲି ରିପୋର୍ଟରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking