ଭୁବନେଶ୍ୱର : ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟଙ୍ଗ ଓ ମହିଳା ଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ । ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ । କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା ହେବ । ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ । ଏନେଇ ଛତିଶା ନିଯୋଗ ସହ ଆଲୋଚନା ହୋଇ ସକରାତ୍ମକ ମନ୍ତବ୍ୟ ଆସିଛି ।









