29.1 C
Bhubaneswar
Monday, January 19, 2026
Homeଓଡିଶାବିଦେଶ ଗସ୍ତରେ ବାଚସ୍ପତି

ବିଦେଶ ଗସ୍ତରେ ବାଚସ୍ପତି

– ସିଡନୀଠାରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବେ
ଭୁବନେଶ୍ଵର : ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀ ଅଷ୍ଟ୍ରେଲିଆର ସିଡନୀଠାରେ ନଭେମ୍ବର ୩ ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୋଗ ଦେବାପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଦେଶ ଗସ୍ତରେ ଯାଇଛନ୍ତି।
ଏହି ୧୪ ଦିନିଆ ବିଦେଶ ଗସ୍ତ ପାଇଁ ବାଚସ୍ପତି ଆଜି ଭୁବନେଶ୍ଵରରୁ ଦିଲ୍ଲୀ ଗସ୍ତ କରିଥିବା ବେଳେ ଅକ୍ଟୋବର ୨୯ ତାରିଖରେ ଜାପାନର ଟୋକିଓ ଠାରେ ପହଞ୍ଚିବେ । ନଭେମ୍ବର ୧ ତାରିଖ ଦିନ ଦକ୍ଷିଣ କୋରିଆର ସିଓଲ ଠାରେ ଓ ନଭେମ୍ବର ୫ ତାରିଖ ଦିନ ଅଷ୍ଟ୍ରେଲିଆର ସିଡନୀ ଠାରେ ପହଞ୍ଚିବେ । ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମରେ ସିଡନୀଠାରେ ନଭେମ୍ବର ୬ ତାରିଖ ଦିନ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ “ସଂସଦୀୟ କାର୍ଯ୍ୟଧାରା ଓ ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ସୁଯୋଗ ଓ ଆହ୍ଵାନ” ଶୀର୍ଷକ ବିଷୟ ଉପରେ ନିଜର ମତ ଓ ବକ୍ତବ୍ୟ ଉପସ୍ଥାପନ କରିବେ । ଏହି ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀଯୁକ୍ତ ଓମ୍ ବିର୍ଲା, ଦେଶର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭାର ବାଚସ୍ପତି/ ବିଧାନ ପରିଷଦର ଅଧ୍ୟକ୍ଷ/ଅଧକ୍ଷା, ବିଧାନ ପରିଷଦର ସଭ୍ୟ/ସଭ୍ୟା ଏବଂ ଲୋକ ସଭା ଓ ରାଜ୍ୟସଭାର ସାଂସଦ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ବାଚସ୍ପତିଙ୍କ ସହ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking