19.1 C
Bhubaneswar
Monday, February 2, 2026
Homeଓଡିଶାବିଧାନସଭାରେ ଜାତୀୟ ପତାକା ଉତ୍ତୋଳନ କଲେ ବାଚସ୍ପତି

ବିଧାନସଭାରେ ଜାତୀୟ ପତାକା ଉତ୍ତୋଳନ କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ । ବିଧାନସଭା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ବାଚସ୍ପତି ସୁରମା ପାଢୀ । ଏହି ଅବସରରେ ବିଧାନସଭାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସେହିପରି ଓଡିଶା ହାଇକୋର୍ଟରେ ପାଳିତ ହୋଇଯାଇଛି ୭୭ ତମ ସାଧାରଣତନ୍ତ୍ର ଦିବସ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଷ୍ଟଣ୍ଡନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଅନ୍ୟପଟେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ , ବିଜେପି ନେତା ଜଗନ୍ନାଥ ପଧାନ, ଅରବିନ୍ଦ ଢାଲି , ପ୍ରିୟଦର୍ଶୀ ମିଶ୍ର ଏବଂ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । କର୍ମୀଙ୍କୁ ଉଦବୋଧନ ଦେବା ସହିତ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking