29.1 C
Bhubaneswar
Monday, February 9, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଭାରତରେ ଅବସ୍ଥାପିତ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ସ୍ପେନ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସ୍ପେନର ରାଷ୍ଟ୍ରଦୂତ କହିଥିଲେ ଯେ, ରିନିୱେବଲ୍ ଏନର୍ଜି, ମେଟାଲର୍ଜି, ବୟନଶିଳ୍ପ ଏବଂ ଅଟୋମୋବାଇଲ ଭଳି ପ୍ରମୁଖ କ୍ଷେତ୍ରରେ ଓଡିଶା ଓ ସ୍ପେନ ମଧ୍ୟରେ ଅଧିକ ସହଯୋଗ ହୋଇପାରିବ । ଆଲୋଚନାରୁ ଜଣା ଯାଇଛି ଯେ, ସ୍ପେନ ସହିତ ଅଧିକ ସହଭାଗୀତା ପାଇଁ ଦୁଇ ଦେଶ ମଧ୍ୟରେ ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗର ଏକ ନୂତନ ଅଧ୍ୟାୟ ଆରମ୍ଭ କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking