33.5 C
Bhubaneswar
Sunday, April 12, 2026
Homeମନୋରଞ୍ଜନନିର୍ବନ୍ଧ କଲେ ସାଉଥ୍ ସୁପରଷ୍ଟାର ନାଗାଚୈତନ୍ୟ

ନିର୍ବନ୍ଧ କଲେ ସାଉଥ୍ ସୁପରଷ୍ଟାର ନାଗାଚୈତନ୍ୟ

ହାଇଦ୍ରାବାଦ: ନିର୍ବନ୍ଧ କଲେ ସାଉଥ୍ ସୁପରଷ୍ଟାର ନାଗାଚୈତନ୍ୟ । ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କଲେ ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ଦୁହେଁ ଆଜି ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ଏବେ ଜଣାପଡ଼ିଛି ଯେ, ଆଜି ସକାଳେ ଦୁହେଁ ନିର୍ବନ୍ଧ କରିଛନ୍ତି। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଛନ୍ତି। ନାଗାର୍ଜୁନ କରିଥିବା ଏକ୍ସ ପୋଷ୍ଟରେ ଶୋଭିତା ଶାଢ଼ି ପିନ୍ଧିଥିବା ବେଳେ ନାଗା ଚୈତନ୍ୟ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଏହି ଫଟୋ ସେୟାର କରି ନାଗାର୍ଜୁନ ଲେଖିଛନ୍ତି ଯେ, “ଆମ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ଶୋଭିତା ଧୁଲିପାଲାଙ୍କ ସହ କରି ଆମେ ଆନନ୍ଦିତ। ଆଜି ସକାଳ ୯ଟା ୪୨ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା!! ଆମ ପରିବାରକୁ ତାଙ୍କୁ ସ୍ୱାଗତ କରି ଆମେ ଅତ୍ୟଧିକ ଖୁସି। ଏହି ଦମ୍ପତିଙ୍କୁ ଅଭିନନ୍ଦନ! ସେମାନଙ୍କ ପାଇଁ ଆଜୀବନ ଭଲପାଇବା ଏବଂ ସୁଖ କାମନା କରୁଛି। ଭଗବାନ ଆଶୀର୍ବାଦ କରନ୍ତୁ!” ଅସୀମ ପ୍ରେମର ଆରମ୍ଭ।” ନାଗା ଚୈତନ୍ୟ ପ୍ରଥମେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking