37.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଜେଲରୁ ମୁକୁଳିଲେ ଦକ୍ଷିଣକୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୁଲ୍‌

ଜେଲରୁ ମୁକୁଳିଲେ ଦକ୍ଷିଣକୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୁଲ୍‌

ସିଓଲ: ଦକ୍ଷିଣକୋରିଆର ଜଣେ ରକ୍ଷଣଶୀଳ ରାଷ୍ଟ୍ରପତି ଭାବେ ଜଣାଶୁଣା ୟୁନ୍ ସୁକ୍ ୟୁଲ୍ ଶନିବାର ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଶୁକ୍ରବାର ଦକ୍ଷିଣ କୋରିଆର ଏକ ଅଦାଲତ ତାଙ୍କ ମୁକ୍ତି ଆବେଦନକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ରେ ଭର୍ତ୍ତି କରିଦିଆଯାଇଥିଲା। ତେବେ ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ ରଦ୍ଦ କରିବାର ଦିନକ ପରେ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଡିସେମ୍ବର ୩ରେ ଦେଶକୁ ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ଦେଇଥିବା ଦର୍ଶାଇ ମାର୍ଶାଲ ଲ’ ଆଦେଶ ପାଇଁ ଶ୍ରୀ ୟୁନଙ୍କୁ ଜାନୁଆରୀରେ ପ୍ରସିକ୍ୟୁଟରମାନେ ଗିରଫ କରି ଦୋଷୀ ସାବ୍ୟସ୍ତ କରିଥିଲେ। ଉଦାରବାଦୀ, ବିରୋଧୀ ନିୟନ୍ତ୍ରିତ ନ୍ୟାସନାଲ ଆସେମ୍ବ୍ଲି ପୃଥକ ଭାବେ ତାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଭୋଟ୍ ଦେଇଥିଲା, ଯାହା ଫଳରେ ତାଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା। ଜେଲରୁ ବାହାରିବା ପରେ ୟୁନ୍ ନିଜ ସମର୍ଥକଙ୍କୁ ହାତ ହଲାଇ ଓ ମୁଣ୍ଡ ନୁଆଁଇ ଶୁଭେଚ୍ଛା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking