14.1 C
Bhubaneswar
Sunday, December 7, 2025
Homeଓଡିଶାଭୋଗରାଇ ଥାନାରେ ଏତଲା ଦେଲେ ସୌମ୍ୟାଶ୍ରୀଙ୍କ ଭାଈ

ଭୋଗରାଇ ଥାନାରେ ଏତଲା ଦେଲେ ସୌମ୍ୟାଶ୍ରୀଙ୍କ ଭାଈ

ବାଲେଶ୍ୱର: ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ନ୍ୟାୟ ଦାବିରେ ଆନ୍ଦୋଳନ ସହ କୁଶପୁତ୍ତଳିକା ଦାହ କରୁଛନ୍ତି । ଆଜି କଂଗ୍ରେସ ଛାତ୍ରୀଙ୍କୁୁ ନ୍ୟାୟ ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି । ସେପଟେ ସୌମ୍ୟାଶ୍ରୀଙ୍କ ଭାଇ ସୌମ୍ୟରଞ୍ଜନ ବିଶି ଭୋଗରାଇ ଥାନାରେ ଏତଲା ଦେଇ ଲେଖିଛନ୍ତି ଯେ ମୋ ଭଉଣୀ ସୌମ୍ୟାଶ୍ରୀ ବିଶିର ମୃତ୍ୟୁକୁ ନେଇ କିଛି ଲୋକ ନିକୃଷ୍ଟ ରାଜନୀତି କରିବା ସହ ଆମ ପରିବାରକୁ ନାନା ଭାବରେ ଅତ୍ୟାଚାର ଓ ଅପମାନ କରିବା ସହ ମାନସିକ ଚାପଗ୍ରସ୍ତ କରାଉଛନ୍ତି ଯଥା, ସୌରଭ ବେହେରା, ଏସ ଏସ ବି ଶୁଭାଂଶୁ ଶେଖର, ଅଜୟ କୁମାର ପଣ୍ଡା, ବୃଷଭାନୁପତି ଏବଂ ଅନ୍ୟ ବ୍ୟକ୍ତି ବିଶେଷ । ଏମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଆମେ ସହେଯାଗ ନକରିବାରୁ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଆମର ସାଂସଦଙ୍କ ସହିତ ଓ ସରକାରଙ୍କ ସହିତ ଡିଲ ହୋଇଯାଇଛି ଓ ଟଙ୍କା ନେଇ ଆମ ପରିବାର ମୁଣ୍ଡ ବିକ୍ରି କରିଦେଇଛୁ ବୋଲି ଅପପ୍ରଚାର କରୁଛନ୍ତି ।

ଏହା ସହ ଆରପାରିରେ ଥିବା ମୋ ଭଉଣୀ ନାମରେ ନାନ କୁତ୍ସା ରଚନା କରୁଛନ୍ତି । ନିଜର ହୀନ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏହି ହୀନ ରାଜନୀତି କରୁଥିବା ଲୋକମାନଙ୍କୁ ଆମେ କେବେ ହେଲେ ସାହାଯ୍ୟ ମାଗିନାହୁଁ । ସୋସିଆଲ ମିଡିଆରେ ନାନା କୁତ୍ସା ବର୍ଣ୍ଣନା କରିବା ସହ ମିଥ୍ୟା ଆରୋପ ଲଗାଇ ଆମର ଏହି ଅସହ୍ୟ ଦୁଃଖ ସମୟରେ ସେମାନଙ୍କ ନିଷ୍ଠୁର ନିର୍ମମ ଅପମାନ ଜୀବନ ବିପନ୍ନ ହେବାର ଆଶଙ୍କା ଦେଖା ଦେଲାଣି । ଆମକୁ ନ୍ୟାୟ ଦେବା ଏମାନଙ୍କ ପ୍ରକଋତ ଉଦ୍ଦେଶ୍ୟ ନୁହେଁ ବରଂ ସରକାର ତଦନ୍ତକାରୀ ସଂସ୍ଥା ଓ ପ୍ରଶାସନକୁ ନିନ୍ଦିତ କରି ତଦନ୍ତକୁ ବାଟବଣା କରି ପ୍ରକୃତ ଅପରାଧିକୁ ଖସାଇ ଦେବା ପାଇଁ ଏମାନେ ବାଧ୍ୟ କରୁଛନ୍ତି । ଏଣୁ ଏସବୁର ତଦନ୍ତ ସହ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଆମକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ, ଅନ୍ୟଥା ଆମ ପରିବାର ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବୁ । ଏନେଇ ସୌମ୍ୟଶ୍ରୀଙ୍କ ଭାଇ ଲିଖିତ ଅଭିଯୋଗ କରି ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଅନୁରୋଧ କରିବା ସହ ସୁରକ୍ଷା ନଦେଲେ ଆତ୍ମହତ୍ୟା କରିବେ ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking