20.1 C
Bhubaneswar
Sunday, February 15, 2026
Homeଓଡିଶାଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ବିରୋଧ

ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ବିରୋଧ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେବା ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ନାଁ ବଡ଼ ନୁହେଁ, କାମ ବଡ । ନାମ ପରିବର୍ତ୍ତନ କଲେ ଚରିତ୍ର ବଦଳେନି, ଶିକ୍ଷାର ମାନ ବଢ଼ିବନି । ମାନ ବୃଦ୍ଧି ପାଇଁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ ଭଲ ହେବ ।  ମୁଁ ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ପ୍ରସ୍ତାବକୁ ଗ୍ରହଣ କରିପାରୁନି। ସେଇଦୃଷ୍ଟି ଓ ବ୍ୟକ୍ତିଗତ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ବିରୋଧ କରୁଛି। ପ୍ରସ୍ତାବ ଆଦୌଗ୍ରହଣୀୟ ନୁହେଁ କିନ୍ତୁ ଏହାର ଉପରେ ବିତର୍କ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପ୍ରକାଶ ଯେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ରଖିଛନ୍ତି। କଟକ ପୌର ନିଗମର ସ୍ବାୟତ୍ତ ଶାସନ ଦିବସ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଏହା ଉପରେ ବିତର୍କ ହେବା ଆବଶ୍ୟକ। ବୁଦ୍ଧିଜୀବୀମାନେ ଏ ସଂପର୍କରେ ଚିନ୍ତା କରିବା ଉଚିତ। ଯେଉଁ ରେଭେନ୍‌ସା ସାହେବଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ସେହିଭଳି ଜଣେ ବ୍ୟକ୍ତିଙ୍କ ନାମରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking