ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସଓପି ଆଣିବ ବିଏମସି । ରାଜଧାନୀର ୨୦ଟି ବଡବଡ ହାଟରେ ଲାଗୁ ହେବ ଏସଓପି । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ । ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ଦୋକାନୀ । ସୂଚନାଥାଉକି, ଗତକାଲି ନିଆଁ ଲାଗି ୨୦ରୁ ୩୦ଟି ପରିବା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା । ୧୧ଟି ଦମକଳ ବାହିନୀଗାଡି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ଥିବା ବେଳେ ପରିବା ଦୋକାନୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।










