25.1 C
Bhubaneswar
Sunday, April 5, 2026
Homeଓଡିଶାଅଟିଜିମ୍‌ ଥେରାପି ସେଣ୍ଟର ପାଇଁ ଆସିବ ଏସ୍‌ଓପି

ଅଟିଜିମ୍‌ ଥେରାପି ସେଣ୍ଟର ପାଇଁ ଆସିବ ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟରେ ଅଟିଜମ୍ ଚିକିତ୍ସା ଓ ଥେରାପି ଖର୍ଚ୍ଚକୁ ବ୍ୟବସ୍ଥିତ ଓ ନିୟନ୍ତ୍ରିତ କରାଯିବ । ଏଥିପାଇଁ ଅଟିଜିମ୍ ଥେରାପି ସେଣ୍ଟରଗୁଡ଼ିକ ପାଇଁ ଆସିବ ଏସ୍ଓପି । କମ୍ ଖର୍ଚ୍ଚରେ ଅଟିଜିମ୍ ପିଲାଙ୍କ ଚିକିତ୍ସା ଓ ଥେରାପିର ବ୍ୟବସ୍ଥା ହେବ । ଏଥିସହ ସେମାନଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ଶନିବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ୍ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ଅଟିଜିମ୍ ପ୍ରଭାବିତ ଛାତ୍ରଛାତ୍ରୀମାନେ ମଧ୍ୟ ସମାନ ଭାଗିଦାର ହେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତ ଦେଇଛନ୍ତି । ସୂଚନାଯୋଗ୍ୟ, ଦିନକୁ ଦିନ ଅଟିଜିମ୍ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢୁଛି । ସରକାରୀ ବ୍ୟବସ୍ଥା ପର୍ଯ୍ୟାପ୍ତ କେନ୍ଦ୍ର ନଥିବାରୁ ଘରୋଇ ଥେରାପି ସେଣ୍ଟର ଉପରେ ନିର୍ଭର କରୁଛନ୍ତି ଅଭିଭାବକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking