21.1 C
Bhubaneswar
Tuesday, December 9, 2025
Homeଓଡିଶାପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ଏସଓପି

ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ୱର: ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଜାରି ହେଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ଜମି ବିକ୍ରିର ସରଳୀକରଣ ହୋଇଛି । ଗ୍ରାମାଞ୍ଚଳରେ ଜଳାଶୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର କିସମର ଜମି ଲାଗି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍‌ ପଞ୍ଜିକରଣ । ଜଳାଶୟ କିସମ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ନୁହେଁ, ସମ୍ପୂର୍ଣ୍ଣ ପ୍ଲଟ୍‌ର ପଞ୍ଜୀକରଣ ସମ୍ଭବପର ହୋଇପାରିବ । ଟାଉନ୍‌ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଞ୍ଚଳରେ ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପାର୍ଟ ପ୍ଲଟ୍‌ ପଞ୍ଜିକରଣ, କିନ୍ତୁ ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ହୋଇପାରିବ । ସେହିପରି ଏକ ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍‌ ପରିମାଣର ପାର୍ଟ ପ୍ଲଟ୍‌ ପଞ୍ଜିକରଣକୁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking