24.1 C
Bhubaneswar
Tuesday, January 20, 2026
Homeଅପରାଧମାଆଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୃସଂଶ ପୁଅକୁ ଆଜୀବନ କାରାଦଣ୍ଡ

ମାଆଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୃସଂଶ ପୁଅକୁ ଆଜୀବନ କାରାଦଣ୍ଡ

ବୁଲନ୍ଦସର : ମାଆଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୃସଂଶ ପୁଅକୁ ଆଜୀବନ କାରାଦଣ୍ଡ । ଉତ୍ତରପ୍ରଦେଶର ବୁଲନ୍ଦସରର ଜଣେ ୩୮ ବର୍ଷ ବୟସ୍କା ବ୍ୟକ୍ତି ତାଙ୍କ ୬୦ ବ‌ର୍ଷ ବୟସ୍କା ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବ୍ୟକ୍ତି ଜଣକ ଗତ ବର୍ଷ ଜାନୁଆରି ୧୬ ତାରିଖରେ ତାଙ୍କ ମା’ଙ୍କୁ ଦୁଷ୍କର୍ମ କରିଥିଲେ, ଯାହା ପରେ ତାଙ୍କ ଭାଇ ତାଙ୍କ ବିରୋଧରେ ପୁଲିସକୁ ଜଣାଇଥିଲେ। ଏକ ଫାଷ୍ଟ ଟ୍ରାକ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସୋମବାର ଏହାର ରାୟ ଘୋଷଣା କରିଛନ୍ତି। “ଏହି ଦୁଷ୍କର୍ମ ମାମଲା ପ୍ରାୟ ଦେଢ଼ ବର୍ଷ ପୂର୍ବେ ପଞ୍ଜୀକୃତ ହୋଇଥିଲା। ଜଣେ ମହିଳା ଓ ତାଙ୍କର ଅନ୍ୟ ଜଣେ ପୁଅ ବି‌ରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ପୁଲିସ ସମ୍ପୃକ୍ତ ବିଭାଗ ଅଧୀନରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ଫାଷ୍ଟ ଟ୍ରାକ୍ କୋର୍ଟ ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ତାଙ୍କୁ ୫୧,୦୦୦ ଟଙ୍କା ଜରିମାନା କରାଯାଇଛି’’ ବୋଲି ବୁଲନ୍ଦସର ଗ୍ରାମୀଣ ପୁଲିସ ମୁଖ୍ୟ ରୋହିତ ମିଶ୍ର କହିଛନ୍ତି। ସରକାରୀ ପରାମର୍ଶଦାତା ବିଜୟ କୁମାର ଶର୍ମା କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ଏଭଳି ମାମଲାର ସମ୍ମୁଖୀନ ହୋଇନାହାଁନ୍ତି। ସେ କହିଛନ୍ତି, “ମା କାନ୍ଦୁଥିଲେ ଏବଂ ବାରମ୍ବାର କହୁଥିଲେ କି ମୋ ପୁଅ ମୋତେ ଦୁଷ୍କର୍ମ କରିଛି। ବ୍ୟକ୍ତି ଜଣକ କ୍ଷେତରେ ତାଙ୍କ ମାଆଙ୍କୁ ନେଇ ଦୁଷ୍କର୍ମ କରିଥିଲେ।” ମହିଳା ଜଣକ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କୁ କ୍ଷେତକୁ ନେଇ ଯାଇଥିଲେ, ତାଙ୍କୁ ଗାଳିଗୁଲଜ କରିଥିଲେ ଓ ସେଠାରେ ହିଁ ତାଙ୍କର ଦୁଷ୍କର୍ମ କରିଥିଲେ। ‘‘ସେ ନିୟମିତ ଭାବେ ମୋ ସହ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିଲା। ମୁଁ ହାତ ଯୋଡ଼ି ତା’ ନିକଟରେ ନିବେଦନ କଲି। କିନ୍ତୁ ସେ ମୋତେ ଦୁଷ୍କର୍ମ କଲା। ସେ ମୋତେ ହତ୍ୟା କରିବ ବୋଲି ଧମକ ଦେଇଥିଲା। ପ୍ରତିଦିନ ରାତିରେ ମୋ ସହ ଖରାପ ବ୍ୟବହାର କରିବାକୁ ଉଦ୍ୟମ କରୁଥିଲା’’ ବୋଲି ମହିଳା ଜଣକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking