28.1 C
Bhubaneswar
Sunday, September 8, 2024
Homeଅପରାଧପୁଅ ସାଜିଲା ପିଶାଚ; ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା

ପୁଅ ସାଜିଲା ପିଶାଚ; ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା

କେନ୍ଦୁଝର: ତୁଚ୍ଛ ହେଲା ରକ୍ତ ସମ୍ପର୍କ । କାଠ ହାଣିବାକୁ ବାରଣ କରିବାରୁ ବହିଲା ରକ୍ତର ନଦୀ । ଜନ୍ମ କଲା ବାପା ମାଆଙ୍କ ଜୀବନ ନେବାକୁ ପଛାଇଲା ନାହିଁ ପୁଅ । ଟାଙ୍ଗିଆରେ ହାଣି ବାପା ଓ ମାଆକୁ ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବସିରା ଗ୍ରାମରେ । ମୃତକ ହେଉଛନ୍ତି ଗୁରୁଚରଣ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାଲ ମୁଣ୍ଡା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଧ୍ୟାନ ମୁଣ୍ଡାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଗତକାଲି ବସିରା ଗ୍ରାମରେ ଅଭିଯୁକ୍ତ ଧ୍ୟାନ ମୁଣ୍ଡା ଘର ଅଗଣାରେ କାଠ ହାଣୁଥିଲେ । ଏହି ସମୟରେ ତାଙ୍କ ବାପା ଗୁରୁଚରଣ ମୁଣ୍ଡା ତାଙ୍କୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଧ୍ୟାନ ।

ମାଆ ପାଲ ଛଡାଇବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଗୁରୁଚରଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିଲେ ପାଲ ମୁଣ୍ଡା । ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଖବର ପାଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାଏକ ଓ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗତ କିଛି ବର୍ଷ ହେବ ଧ୍ୟାନର ସ୍ତ୍ରୀ ଶାଶୁ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ ଘରେ ଧ୍ୟାନ ତା’ର ବାପା ମାଆ ଓ ଦୁଇ ପୁଅଙ୍କ ସହ ରହି ଆସୁଥିଲା । ତେବେ କିଛିଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ରହୁନଥିଲା । ସେ ଏକୁଟିଆ ବହୁ ସମୟ ଘର ଭିତରେ ରହି ଆସୁଥିଲା । ପୋଲିସ ଆଜି ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ବିଷୟରେ ପୋଲିସ ତାକୁ ପଚାରଉଚରା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking